ହତ୍ୟାକାଣ୍ଡ ଘଟଣାର ବର୍ଷକ ପରେ ଅଭିଯୁକ୍ତ ଗିରଫ

FMODIA.IN 30-06-2020

ଭୁବନ, 30 ଜୁନ୍ :ଭୁବନ ଥାନା ଅନ୍ତର୍ଗତ ଓଡିଶ ଗ୍ରାମରେ ଗତବର୍ଷ ଗଣେଶପୂଜା ଭସାଣି ଉସବ ଦିନ ଘଟିଥିବା ହତ୍ୟାକାଣ୍ଡ ଘଟଣାର ବର୍ଷକ ପରେ ପୋଲିସ ଆଜି ଅଭିଯୁକ୍ତ ଆସାମୀକୁ ଗିରଫ କରିଛି । ପ୍ରାପ୍ତ ଘଟଣାରୁ ପ୍ରକାଶ ଯେ, ଓଡିଶ ସଅର ସାହିର ଜିତନ୍ ଲୋହାର ନାମକ ଯୁବକ ଗଣେଶପୂଜା ଭସାଣିଦିନ ମଦ୍ୟପାନ କରି ହୃଷିକେଶ ବେହେରାଙ୍କ ପୁଅ ସତ୍ୟ ରଂଜନ ବେହେରାଙ୍କ ସହିତ ଗଣ୍ଡଗୋଳ କରିଥିଲା । ଜିତନକୁ ପିଟିପିଟି ମାରିଦେଇଥିଲା ସତ୍ୟରଂଜନ । ପରେ ସେ ଗ୍ରାମରୁ ଫେରାର ହୋଇଯାଇଥିଲା । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ-୨୦୪/୨୦୧୯ରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲୁ ରହିଥିଲା । ହତ୍ୟାକାଣ୍ଡରେ ଅଭିଯୁକ୍ତ ସତ୍ୟ ରଂଜନ ବେହେରା ତାଙ୍କ ଭଉଣୀ ବାହାଘର ପାଇଁ ଘରକୁ ଆସିଥିବାବେଳେ ଭୁବନ ପୋଲିସ ଖବର ପାଇ ଏଏସଆଇ ଲକ୍ଷ୍ମୀଧର ରଣାଙ୍କ ନେତୃତ୍ୱରେ ଏଏସଆଇ ନୀଳକଣ୍ଠ ପାତ୍ର ଓ କର୍ମଚାରୀମାନେ ଆଜି ଦିନ ୧୦ ଘଟିକା ସମୟରେ ଚଢ଼ାଉ କରି ଆସାମୀକୁ ତାଙ୍କ ଘରୁ ଗିରଫ କରି ଥାନାକୁ ଆଣିଥିଲେ । ଆସନ୍ତାକାଲି ଅଭିଯୁକ୍ତ ସତ୍ୟରଂଜନ ର ମେଡିକାଲ ଚେକ୍ଅପ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।