BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ଫୁଲବାଣୀ ରେଞ୍ଜ ଅଂଚଳରୁ ବାଘଛାଲ ଚାଲାଣ ଘଟଣା, ଅନ୍ୟ ଜଣେ ମାଷ୍ଟର ମାଇଣ୍ଡ ଗିରଫ, ଦେଢ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍ ଆନ୍ତରାଜ୍ୟ ମାଫିଆ ଟଙ୍କା ଲୋଭ ଦେଖାଇ କରାଉଛନ୍ତି ବନ୍ୟଜନ୍ତୁ ଶୀକାର: ଡିଏଫଓ

FMODIA.IN 04-11-2020
Another mastermind arrested in Phulbani Range area ............... Another mastermind arrested for Rs 1.5 lakh Deal International Mafia showing greed for money

କନ୍ଧମାଳ,୦୪ନଭେମ୍ବର :-- କନ୍ଧମାଳ ଜିଲ୍ଲା ସୁଡୁ୍ରକୁମ୍ପାରୁ ଅଟୋରେ ଏକ କଲରାପତରିଆ ବାଘର ଛାଲ ସମେତ ତାର ପଞ୍ଝା ଗୁଡିକୁ ଚାଲାଣ କରାଯାଉଥିବାବେଳେ ଗୁଦାରୀ ଠାରୁ କବତ କରାଯିବା ଘଟଣାର ଅଉ ଜଣେ ମାଷ୍ଟର ମାଇଣ୍ଡକୁ ମଙ୍ଗଳବାର ଦିନ ଗିରଫ କରିଥିବା ନେଇ ସୁଚନା ଦେଇଛନ୍ତି ଫୁଲବାଣୀ ରେଞ୍ଜର ସଚିଦାନନ୍ଦ ସେଠୀ । ଅଭିଯୁକ୍ତ ଜଣକ ପଂଚାନନ ଦିଗାଲ (୩୮) ଏବଂ ତାଙ୍କ ଘର ଫୁଲବାଣୀ ସଦରଥାନା ଅଂଚଳରେ ଥିବା ଗୁଦାରୀ ଗ୍ରାମାରେ ବୋଲି ଜଣାପଡିଛି । ତେବେ କୌଣସି କାମରେ ଫୁଲବାଣୀ ଗାନ୍ଧୀଛକକୁ ଆସିଥିବାବେଳେ ତାକୁ ଗିରଫ କରାଯାଇଥିବା ଜଣାପଡିଛି ଫୁଲବାଣୀ ରେଞ୍ଜର ଗିରଫ କରି ତାକୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ପୁର୍ବରୁ ରୁଜ୍ଜୁ କରାଯାଇଥିବା ୮୯/୨୦୨୦ ମାମଲାରେ କୋର୍ଟ ଚାଲାଣ କରିଥିବା କହିଛନ୍ତି । ତେବେ ଏହି ଅଭିଯୁକ୍ତ ମାନଙ୍କୁ କଲିକତା,ଦିଲ୍ଲି ଏବଂ ହାଇଦ୍ରାବାଦ ଭଳି ବାହାର ରାଜ୍ୟର ଚାଲଲାଣକାରୀ ମାନେ ଟଙ୍କାର ଲୋଭ ଦେଖାଇ ସେମାନଙ୍କୁ ଜଙ୍ଗଲରୁ ବନ୍ୟଜନ୍ତୁଙ୍କ ଶିକାର କରିବାକୁ ପ୍ରବର୍ତାଉଛନ୍ତି ବୋଲି ଫୁଲବାଣୀ ଡିଏଫଓ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । ଜବତ ହୋଇଥିବା ଏହି କଲରାପତରିଆ ବାଘର ଛାଲକୁ ସେମାନେ ଦେଢ ଲକ୍ଷ ଟଙ୍କାରେ ବିକି୍ର କରିବାକୁ ଡିଲ କରିଥିଲେ ବୋଲି ସ୍ୱିକାର କରିଥିବା କହିଛନ୍ତି ସେ । ତେବେ ସୁଡୁ୍ରକୁମ୍ପା ବନାଂଚଳରେ ଥିବା ରାଣି ପଥର ଅଂଚଳରେ ଏହାପୁର୍ବରୁ ଗୋଟିଏ ପୁରୁଷ ଏବଂ ଆଉ ଗୋଟିଏ ମାଈ ବାଘ ଥିଲେ ସେମାନଙ୍କ ମଧ୍ୟରୁ ପୁରୁଷ ବାଘକୁ ଏମାନେ ମାରିଦେଇଛନ୍ତି ଆଉ ଗୋଟିଏ ମାଇ କଲରାପତରିଆ ବାଘ ସେହି ଅଂଚଳରେ ରହିଥିବା ନେଇ ଫୁଲବାଣୀ ଡିଏଫଓ ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଫୁଲବାଣୀର ବ୍ଳକ ଅଂଚଳରେ ଥିବା ଗୁଦାରୀ ଅଂଚଳରୁ ବାହାର ରାଜ୍ୟକୁ ଚାଲାଣ ବେଳେ ଧରା ପଡିଥିବା ଏକ କଲରା ପତରିଆ ବାଘର ଛାଲ ଏବଂ ତାର ପଞ୍ଝା ଗୁଡିକୁ ଜବତ କରି ଏହାକୁ ଚାଲାଣ କରୁଥିବା ଜଣେ ଡ୍ରାଇଭର ଅର୍ଜୁନ ଗଣ୍ଡା ଏବଂ ଜଣେ ଶୀକାରୀ ତି୍ରନାଥ ମଲ୍ଲିକଙ୍କୁ ଫୁଲବାଣୀ ରେଞ୍ଜ ଅଫିସର ସଚିଦାନନ୍ଦ ସେଠୀ ଏବଂ ସୁଡୁ୍ରକୁମ୍ପା ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ସମେତ ସମସ୍ତ ବନ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟାମରେ ଗତ ୨୨ ତାରିଖରେ ଗିରଫ କରିବାସହିତ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଅଟୋକୁ ଜବତ କରି ଅଭିଯିକ୍ତ ମାନଙ୍କୁ କୋର୍ଟଚାଲାଣ କରିଥିଲା ।