BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ବାପାକୁ ହତ୍ୟା କରି ପୁଅର ଆତ୍ମହତ୍ୟା

FMODIA.IN 22-03-2020
Father murdered, son committed suicide

କଟକ, ୨୨ ମାର୍ଚ୍ଚ : କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକାର ୧୧ ନଂ ୱାର୍ଡ଼ ଅନ୍ତର୍ଗତ ଓଟିଏମ୍ କଲୋନୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାପାକୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ପୁଅ କରିଛି ଆତ୍ମହତ୍ୟା । ମୃତକ ଦ୍ୱୟ ହେଲେ କାଳୁ ଚରଣ ବେହେରା (୬୫) ଓ ତାଙ୍କ ପୁଅ ମୁନି ବେହେରା ।

ଗତକାଲି ବିଳମ୍ବିତ ରାତିରେ ମୁନି କୌଣସି କଥାକୁ ନେଇ ନିଜ ମାଙ୍କ ସହିତ ପାଟିତୁଣ୍ଡ କରିଥିଲା । ଏହି ସମୟରେ କାଳୁଚରଣ ପୁଅକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ଉତକ୍ଷିପ୍ତ ହୋଇ ମୁନି ଏକ ଲୁହା ରଡ଼ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ତାଙ୍କ କପାଳ ଦୁଇ ଫାଳ ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ମୁନି ମାନସିକ ଭାରସାମ୍ୟ ହରାଇ ଏକ ଛୁରୀ ସାହାଯ୍ୟରେ ନିଜ ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରିଥିଲା । ପ୍ରବଳ ରକ୍ତ ସ୍ରାବ ଯୋଗୁଁ ସେ ଅଚେତ୍ ଅବସ୍ଥାରେ ତଳେ ପଡିଯାଇଥିଲା । ତାଙ୍କ ମା ପଡ଼ୋଶୀଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ଥାନାକୁ ଖବର ଦିଆଯାଇଥିଲା । ଚୌଦ୍ୱାର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ମୁନିକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠାଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଯାଂଚ୍ କରିଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in