ବିଜେଡି ନେତାଙ୍କୁ ବୋମା ମାଡ ମାମଲାରେ ୪ ଗିରଫ

FMODIA.IN 12-02-2020
Four arrested in bjd leader attack incident in Rourkela

ରାଉରକେଲା,୧୨ଫେବୃଆରୀ- ରାଉରକେଲା ବାସନ୍ତି କଲୋନୀ ଠାରେ ରହୁଥିବା ପୁର୍ବତନ କାଉଁସିଲର ତଥା ବିଜେଡି ନେତା ବୁଲୁ ମହାନ୍ତି ଙ୍କୁ ଗତ ୬ତାରିଖରେ ବୋମା ମାଡ ମାମଲାରେ ଉଦିତନଗର ପୁଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ୨ଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମମୁସ୍ତାକ ଆଲମ,ଅବୁଜାର ଗଫାରୀ,ଏମ ଡି ଅମିନ ଓ ଆକବର ଅଲ୍ଲୀ ରହିଥିବା ପୁଲିସ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛି ।

ରେଳବାଇ ସାଇଡିଂରେ ବୁଲୁ ମହାନ୍ତି ଯେଉଁ ଲୋଡିଂ ଅନଲୋଡି କାମ ଲାଗି ବୁଲୁଙ୍କୁ ଜୀବନରୁ ମାରିଦେବାକୁ ଏହି ଅଭିଯୁକ୍ତମାନେ ଏଭଳି ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ପୁଲିସ ଆଗରେ ପ୍ରକାଶ କରିଥିବା ପୁଲିସ କହିଛି ।ଗିରଫ ଅଭିଯୁକ୍ତ ମାନେ ବୁଲୁ ମହାନ୍ତିଙ୍କୁ ବୋମା ମାଡ କରିବା ପରେ ମାଲଗୋଦାମ ଅଂଚଳରେ ମାସିକ ଲକ୍ଷ ଲକ୍ଷ ଟଙ୍କାର ଦାଦା ବଟି ଆଦାୟ କରିପାରିବେ ବୋଲି ଯୋଜନା କରି ଏଭଳି ଆକ୍ରମଣକରିଥିବା ପୁଲିସ କହିଛି ।