BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

FMODIA.IN 12-02-2020
Husband murdered wife in ryagada

ରାୟଗଡା ,୧୨ ଫେବୃଆରୀ - ପାରିବାରିକ ଝଗଡାରୁ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ରାୟଗଡା ଥାନା ଅନ୍ତର୍ଗତ କଡିଙ୍ଗଗୁଡା ଗ୍ରାମରେ ଏହି ଘଟଣା ଘଟିଛି । ମୃତ ପତ୍ନୀ ହେଲେ ବାନାଇ ଜାକାକା । ପତ୍ନୀକୁ ହତ୍ୟା କରିବା ପରେ ହତ୍ୟାକାରୀ ସ୍ୱାମୀ ସତାନା ଜାକାକା ଟାଉନ ଥାନାକୁ ଆସି ଆତ୍ମସମର୍ପଣ କରିଛି ।

ସୂଚନା ଅନୁଯାୟୀ କିଛିଦିନ ଧରି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିଥିଲା । ଗତ ରାତିରେ ମଧ୍ୟ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା । ଖାଇବା ପରେ ଦୁଇଜଣ ଶୋଇପଡିଥିଲେ । ତେବେ ରାତିରେ ନିଜ କ୍ରୋଧକୁ ନିୟନ୍ତ୍ରଣ କରିନପାରି ସତାନା ସ୍ତ୍ରୀ ବାନାଇକୁ ଘରେ ଥିବା ଟାଙ୍ଗିଆରେ ବାରମ୍ବାର ଆଘାତ କରିଥିଲା । ପରେ ଗାଁ ଠାରୁ ୭କିଲୋମିଟର ଟାଉନ ଥାନାକୁ ଆସି ନିଜେ ଏସମ୍ପର୍କରେ ସୂଚନା ଦେଇଥିଲା । ସୂଚନା ପାଇ ପୁଲିସ ଉକ୍ତ ଗାଁରେ ପହଂଚି ଆହତ ବାନାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଗଭୀର କ୍ଷତ ଏବଂ ଅତ୍ୟଧିକ ରକ୍ତଶ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in