BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣାରେ ୪୫ ଗିରଫ

FMODIA.IN 11-10-2020
In Assam, 75 people have been arrested in connection with the leak of question papers in the SII entrance exam

ନୂଆଦିଲ୍ଲୀ, 11 ଅକ୍ଟୋବର :ଆସାମରେ ଏସ୍ଆଇ (ସବ-ଇନ୍ସପେକ୍ଟର) ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ ଘଟଣାରେ ପୋଲିସ ୪୫ ଜଣଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ମୋଟ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି । ଏଥି ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ପଶ୍ନପତ୍ର ଲିକ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ଜାଲ ବିଛାଇଛି ।

ପ୍ରଶ୍ନପତ୍ର ଲିକ ଘଟଣା ନେଇ ଆସାମ ଡିଜିପି ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି, ଘଟଣା ସହିତ ସଂପୃକ୍ତ ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ । ପୋଲିସ ଏଥିପାଇଁ ଟିମ ଗଠନ କରିଛି ।