ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କା ଲୂଟ

FMODIA.IN 12-02-2020
loot from financial employee at Sorada in ganjam district

ଭୁବନେଶ୍ୱର, ୧୨ ଫେବୃଆରୀ ଗଞ୍ଜାମ ଜିଲ୍ଲାର ସୋରଡା ଥାନା ଅଂଚଳରେ କେଶରା- ରଙ୍ଗବାଲି ଛକ ନିକଟରେ ଏକ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଖଣ୍ଡା ଦେଖାଇ ଏକ ଲକ୍ଷ ୩୭ ହଜାର ଟଙ୍କା ଲୂଟ କରା ଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ଜଣ ଦୁର୍ବୁତ କର୍ମଚାରୀଙ୍କ ଠାରୁ ଏହି ଟଙ୍କା ଲୁଟ କରିବା ସହ ମୋବାଇଲ ଫୋନ ମଧ୍ୟ ଲୁଟ କରିଛନ୍ତି । ଏ ସମ୍ପର୍କରେ ସଂପୃକ୍ତ କର୍ମଚାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ମାମଲାର ଛାନଭିନ ଆରମ୍ଭ କରିଛି ।