BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ଅନୁଗୁଳ ମୁଷା ପାପୁଲି ଗାଁରେ ହତ୍ୟାକାଣ୍ଡ

FMODIA.IN 04-11-2020
man hacked to death in musa papuli village

By Manoranjan Sahoo

(Fast Mail) - ଅନୁଗୁଳ ମୁଷାପାପୁଲି ଗାଁରେ ହତ୍ୟାକାଣ୍ଡ । ରାତି ସାଢେ ୮ ଟା ସମୟରେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇଭାଇ ଦୁଃଶାସନ ସେନାପତି ଓ ଦୁଷ୍ମନ୍ତ ସେନାପତି ଛିଡା ହୋଇଥିଲେ । ହଠାତ କିଛି ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି ଫୁଟାଇବା ସହ ଦୁଷ୍ମନ୍ତଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଉଭୟ ଗୁଳି ଓ ଭୁଜାଲି ଚୋଟ ଯୋଗୁଁ ଦୁଷ୍ମନ୍ତଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁଃଶାସନ ଙ୍କ ଦେହରେ ମଧ୍ୟ ଗୁଳି ବାଜିବା ଯୋଗୁଁ ସେ ଗୁରୁତର ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଂଚି ନଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ କାହିଁକି ଓ କିଏ କରିଛି ତା ମଧ୍ୟ ସ୍ପଷ୍ଟ ହୋଇ ପାରି ନାହିଁ ।