ପଟ୍ଟାମୁଣ୍ଡାଇରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ; ଥାନାରେ ଏତଲା

FMODIA.IN 31-07-2020
Minor girl rape alleged

ପଟ୍ଟାମୁଣ୍ଡାଇ,31 ଜୁଲାଇ : ପଟ୍ଟାମୁଣ୍ଡାଇ ପୌରାଚଂଳରେ ଜଣେ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସଂପର୍କରେ ଏକ ମୋକଦ୍ଧମା ରୁଜୁ କରି ମାମଲାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ପୌରାଚଂଳର ଜଣେ ୧୦ ବର୍ଷିୟା ନାବାଳିକା ଗତ ରବିବାର ଦିନ ଘର ନିକଟରେ ଥିବା ଏକ ପରିବା ଦୋକାନକୁ ଟମାଟର କିଣିବାକୁ ଯାଇଥିଲେ । ନାବାଳିକାକୁ ଏକୁଟିଆ ପାଇ ଦୋକାନୀ ତା ସହିତ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ମାଆ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ପୋଲିସ ଥାନା କେସ ନଂ.- ୨୮୦/୨୦୨୦ରେ ଭାରତୀୟ ପିଙ୍ଗଳକୋର୍ଡର ୩୭୬-ଏ, ବି, ୫୦୬, ଦଫା ସହିତ ୪୬ ପୋସ୍କୋ ଆକ୍ଟ ବଳରେ ମୋକଦ୍ଧମା ରୁଜୁ କରି ଏହି ସମବେଦନଶୀଳ ମାମଲାର ତନାଘନା ତଦନ୍ତ ଚଳାଇଛି ।