BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ସଦରଥାନା ରାମାଡି ପଂଚାୟତରେ ୧୪୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ

FMODIA.IN 04-11-2020
Police destroyed 140 acres of illegal cannabis cultivation in the headquarters Ramadi panchayat

କନ୍ଧମାଳ,୦୪ନଭେମ୍ବର :-- ଆଜି ଫୁଲବାଣୀ ସଦରଥାନା ଅନ୍ତର୍ଗତ ରାମାଡି ପଂଚାୟତରେ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଅଭିଯାନରେ ବେଆଇନ ଗଞ୍ଜେଇ ଚାଷ ଗଛକୁ ନଷ୍ଟ କରାଯାଇଛି । ଏଥିରେ ଆଜି ମୋଟ ୧୪୦ ଏକର ଅଂଚଳର ଗଞ୍ଜେଇ ଗଛକୁ କାଟିବା ସହିତ ସେଗୁଡିକୁ ସେଠାରେ ପୋଡି ନଷ୍ଟ କରାଯାଇଥିବା ନେଇ ଫୁଲବାଣୀ ସଦରଥାନା ଅଧିକାରୀ ଆଦିତ୍ୟ ସେଠୀ କହିଛନ୍ତି । ସୁଚନା ଅନୁସାରେ ଆଜିସକାଳୁ ସଦରଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ବାହୀନି ଏବଂ ଅବକାରୀ ବିଭାଗର ସବଇ ନିସପେକ୍ଟର ଅଜୟ କୁମାର ଓରାମ,କନେଷ୍ଟବଲ ରଞ୍ଜିତ ପଟ୍ଟନାୟକ ଏବଂ ଶସସ୍ତ୍ର ପୁଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଏଥିରେ କଟିଙ୍ଗିଆ ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତ ଥିଲେ । ଆଜିର ଅଭିଯାନରେ ସେହି ଅଂଚଳର ରାମାଡି,କାଡ୍ରାପଡା,ସିଙ୍ଗାପଡା,ସୁଜାପାଜୁ ଆଦି ଅଂଚଳର ୧୪୦ ଏକର ସଂରକ୍ଷିତ ଜଙ୍ଗଲ ଅଂଚଳରେ ବେଆଇ ଭାବରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ସେଠାରେ ହିଁ ପୋଡି ନଷ୍ଟ କରାଯାଇଥିବା ନେଇ ସଦରଥାନା ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି । ତେବେ ଏହାର ଆନୁମାନିକ ମୁଲ୍ୟ ଏକ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି ।