କ୍ୱାରେଂଟାଇନ ସେଂଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ

FMODIA.IN 26-05-2020
QUARENTINERE DUSKARMA ABHIJOGA

କନ୍ଧମାଳ,୨୬ ମଇ : କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ସେହି କ୍ୱାରେଂଟାଇନ ସେଂଟରରେ ଥିବା ଅନ୍ୟ ଜଣେ ଯୁବକ ବିରୋଧରେ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଛି ଏଭଳି ଅଭିଯୋଗ । ପୀଡିତା ଯୁବତୀ ଜଣକ ଏନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିବା ପରେ ଦାରିଙ୍ଗବାଡି ପୋଲିସ ଏ ସଂକ୍ରାନ୍ତରେ ଏକ ଅସଦାଚରଣ ମାମଲା ୫୬/୨୦ ରୁଜ୍ଜୁ କରି ଅଭିଯୁକ୍ତକୁ ପୋଲିସ ଗିରଫ କରି ତାକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । । ଦାରିଙ୍ଗବାଡିର ଡଃ ବି.ଆର ଆମ୍ବେଦକର କଲେଜ ଛାତ୍ରାବାସରେ ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଏଭଳି ଘଟଣା ଘଟିଥିବା ଜଣପଡିଛି । ଏହି ସେଣ୍ଟରରେ ଗତ ୧୩ ତାରିଖରେ ତାମିଲନାଡୁ,ବେଙ୍ଗାଲୁରୁ,ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟରୁ ଫେରିଥିବା ୧୯ ଜଣ ଯୁବକ,ଜଣେ ୫ ବର୍ଷର ଶିଶୁ ଏବଂ ୯ ଜଣ ଯୁବତୀ ରହୁଥିଲେ । ତେବେ ସେମାନଙ୍କର କ୍ୱାରେଣ୍ଟାଇନର ଅବଧି ସରିବାକୁ ଆଉ କିଛି ଦିନ ମାତ୍ର ଥିବାବେଳେ ପୀଡିତା ଜଣକ ସେଠାରେ ରାତି ପ୍ରାୟ ୩ଟା ବେଳେ ଶୌଚ ପାଇଁ ଯିବାବେଳେ ଅଭିଯୁକ୍ତ ତାଙ୍କ ସହିତ ଏହି ପଦକ୍ଷପେ ନେଇଥିବା ନେଇ ପୀଡିତା ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସେହିପରି ଏଥିପୂର୍ବରୁ ଟିକାବାଲି ଠାରେ ଥିବା ଏକ କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକ ଉପରେ ପୋଲିସ ଓ ପ୍ରଶାସନ ସତର୍କ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବୀ ହେଉଛି ।