ମଦ ନିଶାରେ ଝଗଡା କରିବା ସହିତ ମାଆକୁ ହତ୍ୟାକଲା ପୁଅ ଘଟଣାରେ ଆଉ ୩ ଆହତ ପୁଅକୁ ଗିରଫ କଲା ପୋଲିସ

FMODIA.IN 28-07-2020
SON KILLS MOTHER UPDATE NEWS

କନ୍ଧମାଳ,୨୭ ଜୁଲାଇ : ଶେଷରେ ଜନ୍ମକଲା ମାକୁ ହତ୍ୟା କଲା ପିଶାଚ ପୁଅ । ମାକୁ ଛୁରୀ ଭୁଷି ହତ୍ୟା କରିବା ସହ ସେଠାରେ ଥିବା ଭଣଜା ଭାଣିଜି ସମେତ ୩ ଜଣଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ପୁଅ । ଫଳରେ ପ୍ରବଳ ରକ୍ତସ୍ରାବ ହେବା ଫଳରେ ମାର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ବିଶିପଡା ପଂଚାୟତର ବେହେରାପଦର ଗାଁରେ । ବାଇକ ଭଙ୍ଗା ଘଟଣାରୁ ହୋଇଥିବା କଳହରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଫଳରେ ପୁଅର ଭୁଜାଲିରେ ମାଆର ଜୀବନ ଯିବା ସହିତ ଅଭିଯୁକ୍ତର ଭଉଣି ଏବଂ ଆଉ ଦୁଇଜଣ ମଧ୍ୟ ସେଠାରେ ଝଗଡାକୁ ଶାନ୍ତ କରିବାକୁ ଚେଷ୍ଟା କଲାବେଳେ ଆହତ ହୋଇଥିବା ଜଣାପଡିଛି । ତେବେ ଘଟଣା ପରେ ଭାଗିରଥି ସେଠାରୁ ଫେରାର ହୋଇଯାଇଥିଲା । ମୃତ ମହିଳା ଜଣକ ଉର୍ମିଳା ବେହେରା(୫୫)ବର୍ଷ ବୋଲି ଜଣାପଡିଛି । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରିବାସହ ୬୭/୨୦ ରେ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ପୁଅ ଭାଗିରଥି ବେହେରାକୁ ପୋଲିସ ଗିରଫ କରିଛି ।