BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଦୟାନଦୀରେ ଅଖା ମଧ୍ୟରେ ଭାସୁଥିବା ମହିଳାଙ୍କ ଶବ ଉଦ୍ଧାର

FMODIA.IN 13-10-2020
The body of a woman was found floating in a ditch on the Dayan River

କଣାସ, ୧୩ ଅକ୍ଟୋବର - ପୁରୀ ଜିଲ୍ଲା କଣାସ ବ୍ଲକ୍ ଅର୍ନ୍ତଗତ ଗୋପିନାଥପୁର ଗ୍ରାମପଚାଂୟତ କଳାପଦର ଗ୍ରାମ ନିକଟ ଦୟାନଦୀରେ ଏକ ଅଖା ଭାସୁଥିବା ଗ୍ରାମବାସୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଗଡିଶାଗୋଦା ଥାନା ଆଇଆଇସି ଦେବାଶିଷ ମିଶ୍ର ଘଟଣା ସ୍ଥଳରେ ପହଂଚି ଅଖା ଖୋଲି ଦେଖନ୍ତି ତ ତାହା ମଧ୍ୟରେ ଜଣେ ମହିଳାଙ୍କ ଶବ ରହିଛି । ମହିଳାଙ୍କର ଆନୁମାନିକ ବୟସ ୪୦ ବର୍ଷ ହେବ । ମହିଳାଙ୍କର କୌଣସି ଠିକଣା ପୋଲିସିକୁ ହସ୍ତଗତ ହୋଇନାହିଁ । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯାଇଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇ.ଆଇ.ସି ଶ୍ରୀ ମିଶ୍ରଙ୍କ ଠାରୁ ପ୍ରକାଶ ।