ଚୋରା ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଜବତ, ୧୫ ହଜାର ଟଙ୍କା ଫାଇନ ଆଦାୟ

FMODIA.IN 29-07-2020
Tractor seized, Fine 15,000

ଭୁବନ, 29 ଜୁଲାଇ : ଗତକାଲିଅପରାହ୍ନ ୪ ଘଟିକା ସମୟରେ ଭୁବନ ତହସିଲ ତରଫରୁ ଗୋଡିପଟଣା ନିକଟରେ ବେଆଇନ ବାଲି ଚାଲାଣ କରୁଥବା ଓଡି୦୬ ଇ- ୨୧୦୦ ନମ୍ବର ବିଶିଷ୍ଟ ଗୋଟିଏ ଟ୍ରାକ୍ଟରକୁ ଜବତ କରାଯାଇ ୧୫ ହଜାର ୧୨୦ ଟଙ୍କା ଫାଇନ କରାଯାଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲାରେ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଥିବା ଦୃଷ୍ଟିରୁଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ତହସିଲ କର୍ମଚାରୀ ଏବେ ସଜାଗ ରହି ଚଢାଉ କରିବାରେ ଲାଗିଛନ୍ତି । ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ଙ୍କ ନେତୃତ୍ୱରେ ଭୁବନ ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ପରିଡା , ଅମିନ ରାକେଶ କୁମାର ପଣ୍ଡା, କର୍ମଚାରୀ ସୁନାରାମ ତିରିଆ ପ୍ରମୁଖ ଚଢାଉ କରି ବାଲି ଟ୍ରାକ୍ଟରକୁ ଜବତ କରିଥିଲେ ।