ଦୁଇ ପୁଅ ମଦ ପିଇ ମା ଙ୍କୁ ବାଡ଼େଇ ବାଡ଼େଇ ହତ୍ୟା

FMODIA.IN 22-05-2020
Two sons beat their mother to death by drinking alcohol

ରବିନ୍ଦ ନାଥ ତରାଇ / ବାରିପଦା

(FMODIA,IN) - ମୟୂରଭଂଜ ଜିଲ୍ଲା ବାଂଗିରିପୋଷି ଥାନା ଅନ୍ତର୍ଗତ ସାତଭାୟା ଗ୍ରାମରେ ଅଭାବନୀୟ ଘଟଣା । ପୁଅର ମାଡରେ ବୃଦ୍ଧା ମା ର ମୃତ୍ୟୁ । ବାଂଗିରିପୋଷି ପୋଲିସ ଘଟଣାର ତଦନ୍ତ କରୁଛି । ଦୁଇ ମାତୃହନ୍ତା ପୁତ୍ର ପୋଲିସ ଦ୍ଵାରା ଗିରଫ । ଗତକାଲି ରାତିରେ କୌଣସି ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ମାତାଲ ଅବସ୍ଥାରେ ଥିବା ଦୁଇ ପୁଅ ବୃଦ୍ଧା ମା ତୁଳସୀ ସିଂ କୁ ପ୍ରବଳ ମାଡମାରି ଅ।ହତ କରିଥିଲେ । ଯେଉଁ ପୁଅକୁ ଜନ୍ମ ଦେଇଥିବା ମାଅ। ନିଜ ହାତରେ ଖୋଇ ପିଇ ବଡକରିଥିଲା, ମରିଥିଲେ ଯାହା କାନ୍ଧରେ କୋକେଇ ରେ ଯାଇଥାନ୍ତେ ,ଅ।ଜି ପବିତ୍ର ସାବିତ୍ରି ବ୍ରତ କରି ପରିବାରର ମଂଗଳ ମନାସୀଥାନ୍ତେ । ସେ ଅ।ଜି ହତଭାଗ୍ୟ ପୁଅର ମାଡରେ ଜୀବନ ହାରିଲା । ଏହା ଠାରୁ ବଡ ଦୁର୍ଭାଗ୍ୟ ଅ।ଉ କଣ । ଗତକାଲି ଏହି ଗଣ୍ଡଗୋଳ ସମୟରେ ତୁଳସୀର ସ୍ଵାମୀ ବିଶୁ ସିଂ ଉପସ୍ଥିତ ଥିଲେ ବି ସେ ମଧ୍ୟ ମାତାଲ ଥିବାରୁ ନିଜ ସ୍ତ୍ରୀକୁ ପୁଅମାନଂକ କବଳରୁ ରକ୍ଷା କରିପାରି ନଥିଲା । ଅ।ଜି ସକାଳେ ଉଠି ଜଣାପଡିଲା କି ତୁଳସୀ ସିଂ ର ମୃତ୍ୟୁ ହୋଇଯାଇଛି । ଏ ସଂପର୍କରେ ତୁଳସୀର ସ୍ଵାମୀ ବିଶୁ ସିଂ ଗାଁର ୱାର୍ଡ ମେମ୍ବରକୁ ଜଣାଇବା ପରେ ଘଟଣା ପୋଲିସ ପାଖରେ ପହଂଚିଥିଲା । ମାତୃହତ୍ୟାକାରୀ ପୁଅମାନଂକ ନାମରେ ଥାନାରେ ଅଭିଯୋଗ କରିଥିଲେ ବାପା । ବାଂଗିରିପୋଷି ପୋଲିସ ଘଟଣାର ତଦନ୍ତ କରି ମାତୃହତ୍ୟାକାରୀ ଦୁଇ ପୁଅକୁ ଗିରଫ କରିଛି । ସେମାନେ ହେଲେ ରବି ସିଂ ଏବଂ ରାଜକିଶୋର ସିଂ ।