କଟକରୁ ପୁଣି ୪୩ କରୋନା ପଜିଟିଭ୍ ଚିହ୍ନଟ

FMODIA.IN 01-08-2020
Another 73 corona positives were identified from Cuttack

କଟକ/ଭୁବନେଶ୍ୱର, ୦୧ ଅଗଷ୍ଟ - କଟକ ମହାନଗର ନିଗମ ଅଂଚଳରୁ ଶନିବାର ଆଉ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨ କ୍ୱାରେଂଟାଇନ୍ ଓ ୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସିଏମସିର ସୂଚନା ଅନୁଯାୟୀ ମାଲଗୋଦାମ ବେହେରା ସାହିରୁ ୧୪ ଜଣ, ପୁରୁଣା ରାଉସାପାଟଣାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମଧ୍ୟ ଏହି ଅଂଚଳରୁ ପଜିଟିଭ୍ ଠାବ ହୋଇଥିବାରୁ ଉଭୟ ଅଂଚଳକୁ କେଂଟନମେଂଟ୍ ଜୋନ୍ ଘୋଷଣା କରାଯାଇଛି । ସେହିପରି ୧୧ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୨ ଜଣ କୋଭିଡ୍ ଯୋଦ୍ଧା ରହିଛନ୍ତି ।

ଏଥିସହିତ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୪୭୮ ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତମାନ ୪୬୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସିଏମସି ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।