BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ବଡ଼ମ୍ବା ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ପ୍ରେସିଡେଂଟିଆଲ୍ ଆୱାର୍ଡ଼ ପାଇଁ ଚୟନ

FMODIA.IN 16-10-2020
Badamba Police Officer Prabhat Kumar Mallick was selected for the Presidential Award

କଟକ, ୧୬ ଅକ୍ଟୋବର - କଟକ ଜିଲ୍ଲା ବଡ଼ମ୍ବା ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସିଡେଂଟିଆଲ୍ ଆୱାର୍ଡ଼ ପାଇଁ ଚୟନ କରାଯାଇଛି । ସେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ)ଙ୍କ କାର୍ଯ୍ୟାଳୟରେ ନିଜର ମେଡ଼ିକାଲ ଫିଟନେସ୍ ଟେଷ୍ଟ କରାଇଛନ୍ତି । ପୂର୍ବରୁ କାର୍ଯ୍ୟରତ ଥିବା ଅବସ୍ଥାରେ ସେ କରୋନା ସଂକ୍ରମିତ ହେବା ସହିତ ପରବର୍ତି ସମୟରେ ସୁସ୍ଥ ହୋଇଥିଲେ । ଏପରିକି ସେ ପ୍ଲାଜମା ଦାନ କରିଥିଲେ ।

ସେ ପୂର୍ବରୁ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଥିଲି, ଚିତ୍ରକୋଣ୍ଡା, କାଲିମେଳା ଥାନାରେ ସବଇନ୍ସପେକ୍ଟର ଭାବେ ନିଜର ଦାୟୀତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିବା ବେଳେ ପରବର୍ତି ସମୟରେ ପୁରୀ ଜିଲ୍ଲାର ପିପିଲି ଥାନା, ବ୍ରହ୍ମଗିରି ଥାନା ଏବଂ ସମୁଦ୍ର କୂଳ ଥାନାରେ ଆଇଆଇସି ଭାବେ ଦାୟୀତ୍ୱ ତୁଲାଇଥିଲେ । ଏହା ବ୍ୟତୀତ କଟକ ଜିଲ୍ଲାର ନେମାଳ, ଆଠଗଡ଼, ବଡ଼ମ୍ବା ଥାନାରେ ସେ ଆଇଆଇସି ଭାବେ କାର୍ଯ୍ୟ କରିଛନ୍ତି ।

ଅନ୍ୟପକ୍ଷରେ ୨୦୧୯ ସାଧାରଣ ନିର୍ବାଚନ ପରିଚାଳନା ଏବଂ ଆଠଗଡ଼ ଧବଳେଶ୍ୱର ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ଏନେଇ ନିଜର ପ୍ରତିକ୍ରିୟା ରଖି ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଡ଼ିପାର୍ଟମେଂଟ ପକ୍ଷରୁ ପ୍ରେସିଡେଂଟିଆଲ୍ ଆୱାର୍ଡ଼ ପାଇଁ ମୋତେ ଚୟନ କରାଯାଇଥିବାରୁ ମୁଁ ସେଥିପାଇଁ ବହୁତ ଖୁସି । ବିଭାଗ ପାଇଁ ଅନେକ କାମ କରିଛି । ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରୀ ରହିବ । ଏପରିକି ଆଗକୁ ଯଦି ମୋତେ ଆହୁରି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ପ୍ରଦାନ କରାଯାଏ ତାକୁ ମଧ୍ୟ ମୁଁ ସୁଚାରୂ ରୂପେ ସମ୍ପାଦନ କରିବା ପାଇଁ ପ୍ରୟାସ କରିବି ।