BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ

FMODIA.IN 25-10-2020

କୋରେଇ, ୨୪ ଅକ୍ଟୋବର :- ପାଣିକୋଇଲି ଥାନା ଶଙ୍ଖଚିଲା ପାଣ୍ଡି ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ଦେଶୀ ମଦ ଚୋରା କାରବାରର ଖବର ପାଇ ଶଙ୍ଖଚିଲା ଫାଣ୍ଡି ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୫ଲିଟର ଦେଶୀ ମଦ ଜବତ କରାଯାଇଥିଲା । ବେପାରୀ ଠାକୁରପାଟଣା ଗ୍ରାମର ଚୈତନ୍ୟ ମଲିକଙ୍କ ସୁଦର୍ଶନକୁ ପୁଲିସ ଗିରଫ କରିଛି । ଠାକୁରପାଟଣା ପୋଖରୀ ଆଡିରେ ମଦ ରଖି ବିକ୍ରି କରୁଥିବା ସମୟରେ ପୁଲିସ ଚଢାଉ କରିଥିବା ନେଇ ଫାଣ୍ଡି ଅଧିକାରୀ ଅଭୟ କୁମାର ନାୟକଙ୍କ ଠାରୁ ସୂଚନା ମିଳିଛି । ଏନେଇ ଏକ ମାମଲା ୨୩୨/୨୦ ରୁଜ୍ଜୁ କରାଯାଇଛି ।