ଗୁଟିଆଡିହ ଗ୍ରାମ ବାସୀଙ୍କ ରାସ୍ତା ଅବରୋଧ

FMODIA.IN 11-02-2020
Gutiadih staged roaf blockade

ତପସ୍ଵିନୀ ରଣସିଂହ

ଦେବଗଡ଼ ।ଫାଷ୍ଟ ମେଲ ନ୍ୟୁଜ

ଦେବଗଡ ଠାରୁ ୧୮ କିଲୋମିଟର ଦୂର, ବାରକୋଟ ବ୍ଲକ ଅନ୍ତର୍ଗତ ଗୁଟିଆଡିହ ଗ୍ରାମ ରେ ଆଜି ଗ୍ରାମବାସୀ ରାସ୍ତା ରେ ଡାଳ ପକାଇ ରାସ୍ତା ଅବରୋଧ କରିଥିଲେ।୪ ଘଣ୍ଟା ଯାଏଁ ଲୋକ ଙ୍କ ଉତେଜନା ଦେଖାଯାଇଥିଲା। ଫଳରେ ସେ ରାସ୍ତା ରେ କିଛି ସମୟ ପାଇଁ ଯାନବାହାନ ଯାତାୟତ ଠପ୍ ହୋଇଯାଇଥିଲା। ମିଳିଥିବା ସୁଚନା ରୁ ଜଣାଯାଏ ଯେ ଆଜି ଦିନ ୧୧ ଘଟିକା ସମୟରେ ଗୋଟିଏ ଗାଈ ରାସ୍ତା ପାରି ହେଉଥିବା ବେଳେ ଗୋଟେ ହାଇଓ୍ବା ଟ୍ରକ୍ ଧକ୍କା ଦେଇ ପଳେଇ ଯାଇଥିଲା। ଦୀର୍ଘ ଦିନ ହେବ ସେଇ ରାସ୍ତା ର ମରାମତି ହେଉ ନ ଥିବାରୁ ଦୈନିକ ଦୁର୍ଘଟଣା ଲାଗି ରହିଛି ଓ ପିଲାମାନଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକମାନେ ମଧ୍ୟ ଭୟ କରୁଛନ୍ତି।ବହୁ ଥର ଅଭିଯୋଗ ହେଲେ ପରେ ମଧ୍ୟ ଏହି ଗ୍ରାମିଣ ପ୍ରଧାନମନ୍ତ୍ରୀ ଯୋଜନାର ଅନ୍ତର୍ଭୁକ୍ତ ଥିବା ରାସ୍ତା ଟି ମରାମତି ହେଇ ପାରୁନି। ବାରମ୍ବାର କିଛି ନା କିଛି ଦୁର୍ଘଟଣା ଘଟି ଚାଲିଥିବା ର ପ୍ରକାଶ କରିଛନ୍ତି ଗ୍ରାମ ବାସୀ ମାନେ।
ଏହି ଉତେଜନାପୂର୍ଣ୍ଣ ଘଟଣା ର ଖବର ପାଇ ଦେବଗଡ଼ ପୋଲିସ ସେଠାରେ ପହଞ୍ଚିଥିଲ। ଏବଂ ପୋଲିସ ଙ୍କ ଵହୁ ବୁଝାବଣା ପରେ ରାସ୍ତା ର ପ୍ରସଶ୍ତିକରଣ ଓ ମରାମତି ର ଲିଖିତ ଅଭିଯୋଗ କରି ଗ୍ରାମ ବାସୀମାନେ ଧାରଣ ରୁ ଅହରିଥିଲେ।