BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼ : କରୋନା ସଚେତନତାକୁ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ

FMODIA.IN 25-03-2020
Police in riot gear stormed a rally on Friday, removing hundreds of protesters by truck

ତପସ୍ଵିନୀ ରଣସିଂହ / ଦେବଗଡ଼

(FMODIA.IN) - କରୋନା ଭୁତାଣୁ କୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳୁଥିବା ବେଳେ ଏହାର କୁପ୍ରଭାବ ମଧ୍ୟ ଦେଖାଯାଇଛି ଆମ ଦେଶ ଓ ରାଜ୍ୟରେ ।

ତେବେ ସମଗ୍ର ଦେଶରେ ଜନତା କର୍ଫ୍ୟୁ ପାଳନ କରିଥିଲେ ହେଁ, ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷଣା କ୍ରମେ ୨୧ ଦିନ ପଯ୍ୟନ୍ତ ରହିବ, ଲକ ଡାଉନ୍ ର ବ୍ୟବସ୍ଥା। ଏଥିପାଇଁ ସାଧାରଣ ଲୋକଙ୍କ ସଚେତନତା ନିହାତି ଜରୁରୀ ହୋଇ ପଡ଼ିଛି । କୁହାଯାଏ ଯେ, କରୋନା ଭୁତାଣୁ ଥିବା ବସ୍ତୁ ଏବଂ ଲୋକଙ୍କର ସଂସ୍ପର୍ଶରେ ଆସିଲେ କରୋନା ଆକ୍ରମଣ ହେବା ସ୍ବାଭାବିକ ଘଟଣା । ତେବେ ବାୟୁମଣ୍ଡଳ ଠାରୁ ବିଛିନ୍ନ ରହିଲେ ସକ୍ରିୟ ଥିବା ଭୁତାଣୁ ନଷ୍ଟ ହୋଇଯାଇଥାଏ । ତଥା ଗୋଟେ ସ୍ଥାନରେ ପାଞ୍ଚ ଜଣରୁ ଅଧିକ ନ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ଠାରୁ ଏକ ମିଟର ଦୂରତା ରକ୍ଷା କରିବା ଦ୍ଵାରା ମଧ୍ୟ କରୋନା ଭୁତାଣୁ ଠାରୁ ରକ୍ଷା ପାଇ ହେଵ । ସମସ୍ତ ସ୍ଥାନରେ ଲୋକଙ୍କ ସଂପୂର୍ଣ୍ଣ ସହ ଯୋଗ ନ ମିଳିବାରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ଭାରତ ବର୍ଷରେ ତିନି ସପ୍ତାହ ପାଇଁ ଲକ ଡଉନ ବା ତାଲା ବନ୍ଦ ଘୋଷଣା କରାଯାଇଛି । ଓଡ଼ିଶା ପୋଲିସ ସହିତ ଦେବଗଡ଼ ପୋଲିସ ମଧ୍ୟ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନତାର ବାର୍ତ୍ତା ସହ ଅତି ଆବଶ୍ୟକ ନ ଥିଲେ ବାହାରକୁ ବାହାରିବା ଆଇନଗତ ଅପରାଧ ଓ ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଦୁଇ ବର୍ଷର କାରାଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିପାରେ ବୋଲି ପୋଲିସ ସୂତ୍ରରୁ ଜଣାଯାଏ ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in