BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ସର୍ପାଘାତ ରେ ମୃତ୍ୟୁବରଣ କରିଥିବା ଶରତଙ୍କ ପରିବାରକୁ ବି.ଜେ.ପି ନେତା ରୁଦ୍ରପାଣି ସାକ୍ଷାତ କଲେ

FMODIA.IN 01-10-2020
ସର୍ପାଘାତରେ ମୃତ୍ୟୁବରଣ କରିଥିବା ଶରତଙ୍କ ପରିବାରକୁ   ବି.ଜେ.ପି ନେତା ରୁଦ୍ରପାଣି ସାକ୍ଷାତ କଲେ

By Susant Pradhan

(Fast mail News) - ଢେଙ୍କାନାଳ ଜିଲ୍ଲା ଅଧିନସ୍ଥ ଓଡ଼ପଡ଼ା ବ୍ଲକ ର ବାଙ୍ଗୁରସିଂ ଗ୍ରାମ ଚଷାସାହିର ଶରତ ସାହୁ ନାମକ ଶ୍ରମିକ ଙ୍କ ବିଷଧର ସର୍ପ ଦଂଶନ ରେ ମୃତ୍ୟୁ ଘଟିଥିବା ଖବର ଜାଣିବାପରେ ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ଆଜି ସ୍ୱର୍ଗତ ଶରତ ଙ୍କ ଘରକୁ ଯାଇ ତାଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି l ଶରତ ଙ୍କ ଅକାଳ ବିୟୋଗ ପରେ ତାଙ୍କ ପରିବାର କୁ ମିଳିବାକୁଥିବା ସରକାରୀ ସହାୟତା ଓ ଅନୁକମ୍ପା ମୂଳକ ଅର୍ଥରାଶି ଯଥାଶୀଘ୍ର ପ୍ରଦାନ କରିବା ନିମନ୍ତେ ଶ୍ରୀ ପାଣି ଟେଲିଫୋନ ଯୋଗେ ଓଡାପଡା ବି ଡି ଓ ଏବଂ ତହସିଲଦାର ଙ୍କୁ ଅନୁରୋଧ କରିଥିଲେ l ସ୍ୱର୍ଗତ ସାହୁ ଙ୍କ ବିଧବା ପତ୍ନୀ, ଦୁଇଝିଅ ଓ ଗୋଟିଏ ପୁଅ ଅଛନ୍ତି l ଶ୍ରୀ ପାଣିଙ୍କ ଗସ୍ତ ବେଳେ ତାଙ୍କ ସହିତ ଦଳୀୟ ନେତା ରଂଜିତ ନାୟକ, ପଙ୍କଜ ଲୋଚନ ଦାଶ, କମଳ ଲୋଚନ ବେହେରା, ଋତୁରାଜ ସାହୁ, ଶ୍ରୀନିବାସ ସାହୁ ଓ ଦୟାନିଧି ସାହୁ ପ୍ରମୁଖ ଯାଇଥିଲେ l