BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ମଙ୍ଗଳବାର, ଶୁକ୍ରବାର ଭୁବନ ଖୋଲା, ବୁଧ ଓ ଗୁରୁବାର ବନ୍ଦ ରହିବ

FMODIA.IN 24-08-2020

ଭୁବନ,୨୪ ଅଗଷ୍ଟ - ଭୁବନ ଏନଏସିରେ କରୋନା ପଜିଟିଭ ସଂଖ୍ୟା ପାଖାପାଖି ୪୦୦ ରେ ପହଁଚିଥିବା ବେଳେ ନିୟନ୍ତ୍ରଣ ସକାଶେ ଅଗଷ୍ଟ ପ୍ରଥମ ସପ୍ତାହରୁ କେବଳ ସୋମବାର ଓ ଶୁକ୍ରବାର ଦୁଇଦିନ ମାର୍କେଟ ଖୋଲା ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଧିକ ସଂଖ୍ୟକ ଆଂଟିଜେନ ଟେଷ୍ଟ ଓ ସ୍ୱାବ ଟେଷ୍ଟ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇ ଆସନ୍ତା ବୁଧବାର ଦିନ ଦୁଇଟି ସ୍ଥାନରେ ସ୍ୱାବ ଟେଷ୍ଟ କରାଯିବାକୁ ନିଷ୍ପତି ହୋଇଛି । ଏଥିପାଇଁ ଆସନ୍ତା ବୁଧବାର ଓ ଗୁରୁବାର ଦିନ ଭୁବନ ଏନଏସି ସଟଡାଉନ ରହିବ ଏବଂ ମଙ୍ଗଳବାର, ଶୁକ୍ରବାର ବ୍ୟବସାୟ ପ୍ରତିଷ୍ଠାନ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ଜାରିରହିବ ବୋଲି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ସୂଚନା ଦେଇଛନ୍ତି ।