ସୂଚନା ଅଧିକାର କର୍ମୀ ରଂଜନ ଦାସ ହତ୍ୟାକାଣ୍ଡର କ୍ରାଇମ୍ ବ୍ରାଂଚ ତଦନ୍ତ ଦାବିରେ ଦୁର୍ନିତି ନିବାରଣ ସମିତିର ବିଶାଳ ବିକ୍ଷୋଭ

FMODIA.IN 12-02-2020
Durniti Nibarana samiti Dhenkanal protests demandinf crime branch inquiry into rti activist murder Ranjan das

ଢେ଼ଙ୍କାନାଳ,୧୩ ଫେବୃୟାରୀ - ସୂଚନା ଅଧିକାର କର୍ମୀ ରଂଜନ ଦାସ ହତ୍ୟାକାଣ୍ଡର କ୍ରାଇମ୍ ବ୍ରାଂଚ ତଦନ୍ତ ଦାବିରେ ଆଜି ଦୁର୍ନିତି ନିବାରଣ ସମିତିର ବିଶାଳ ବିକ୍ଷୋଭ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଅନୁିତ ହୋଇଯାଇଛି । ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଅମଲପଡା ଆମ୍ବତୋଟା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଂଚିବା ପରେ ଧାରଣା ଦେଇଥିଲେ ।

ଇଂ. ଦେବାଶିଷ ହୋତାଙ୍କ ସଭାପତିତ୍ୱରେ ଅନୁିତ ପ୍ରତିବାଦ ସଭାରେ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସଦସ୍ୟ ଅଖଣ୍ଡ ଏବଂ ପ୍ରିୟବ୍ରତ ଗଡନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ପୋଲିସ୍ର ନିଷ୍କ୍ରିୟତା ବିରୁଦ୍ଧରେ ବର୍ଷିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ମାର୍ଶାଘାଇ ଥାନା ମାଣିକପୁର ଗ୍ରାମର ଏକ ବିଲରେ ରଂଜନଙ୍କ ମୃତଦେହ ପଡିଥିବା ଗତ ୧ ତାରିଖରେ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଂଚଳର ଅଧିବାସୀ ଏବଂ ରଂଜନର ପରିବାର ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ରଂଜନଙ୍କ ସଂପର୍କୀୟ ବଳରାମ ଦାସଙ୍କ ଅଭିଯୋଗ ଅନୁଯାୟୀ ପୋଲିସ୍ କେସ୍ ନଂ ୨୪/୨୦୨୦ ରେ ଏକ ହତ୍ୟା ମାମଲା ଦାୟାର କରି ରଂଜନର ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଥିଲା । କିନ୍ତୁ ଘଟଣାର ୧୨ ଦିନ ପରେ ବି ପୋଲିସ୍ ତଦନ୍ତ ଆରମ୍ଭ କରି ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ୍ ସମ୍ପର୍କରେ ଆଜି ଯାଏ ନୀରବ ରହିଛି । ମାମଲାକୁ ଦୁର୍ବଳ କରିଦେବାକୁ ଏହାର ତଦନ୍ତ ଅଧିକାରୀ ଭାବେ ପୋଲିସ୍ ବିଭାଗର ଜଣେ ତଳିଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । କାରଣ ଏଭଳି ସଂଗୀନ ମାମଲାର ତଦନ୍ତ ଜଣେ ଡିଏସ୍ପି କିମ୍ବା ତଦୁର୍ଦ୍ଧ ଅଧିକାରୀ କରିବା କଥା । ଏଥିପାଇଁ ସ୍ଥାନୀୟ ପୋଲିସ୍ ଉପରେ ସନେ୍ଦହ ସୃଷ୍ଟି ହେବା ସ୍ୱାଭାବିକ ।

ରଂଜନ ଅନେକ ଦୁର୍ନିତି ଏବଂ ଅନିୟମିତତାକୁ ସୂଚନା ଅଧିକାର ତଥ୍ୟ ବଳରେ ପର୍ଦ୍ଧାଫାସ୍ କରିଥିଲେ । ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନିତି , ଭିତରକନିକାରେ ବେଆଇନ ନିର୍ମାଣ , ଫାଲ୍କନ୍ କମ୍ପାନୀ ଦ୍ୱାରା ବେଆଇନ୍ ଚିଙ୍ଗୁଡି ଘେରି ନିର୍ମାଣ ସମ୍ପର୍କରେ ଲଗାତାର ଆନେ୍ଦାଳନ ଜାରି ରଖିବା ସହିତ ଲୋକାୟୁକ୍ତରେ ଅନେକଗୁଡିଏ କେସ୍ ଦାୟାର କରିଥିଲେ । ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ସମ୍ପର୍କରେ ରଂଜନ ଗତ ଡିସେମ୍ବର ୧୧ ତାରିଖରେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ୍ କୌଣସି ପଦକ୍ଷେପ ନ ନେବା ସନେ୍ଦହକୁ ସାଧାରଣରେ ଘନିଭୂତ କରିଛି ।

ତେଣୁ ସମ୍ପୃକ୍ତ ହତ୍ୟାକାଣ୍ଡରେ ରାଜନେତା, ପ୍ରଶାସକ , ବଡ ବ୍ୟବସାୟୀ ଏବଂ ଅସାମାଜିକ ଗୋା ମିଳିତ ଭାବରେ ସଂପୃକ୍ତ ଥିବା ସନେ୍ଦହ କରାଯାଉଥିବାରୁ ଦୁର୍ନିତି ନିବାରଣ ସମିତି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହାର କ୍ରାଇମ୍ ବ୍ରାଂଚ ତଦନ୍ତ ଦାବି କରିଛି । ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା ନିଜେ ଧାରଣାସ୍ଥଳକୁ ଆସି ଇଂ. ହୋତା ଏବଂ ଶ୍ରୀ ପ୍ରଧାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ ।(ହି.ସ.)