ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ଯାଏ କୋରାପୁଟ ଲକ୍ ଡାଉନ

FMODIA.IN 01-08-2020
Koraput lock down by midnight on the 18th

ଜୟପୁର, ୧ ଅଗଷ୍ଟ - କୋରାପୁଟ ଜିଲାରେ ଜାରୀ ହୋଇଥିବା ୪୮ ଘଂଟିଆ ସଟ୍ ଡାଉନ ଆଜି ମଧ୍ୟ ରାତ୍ରରେ ସରୁଛି । ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରିଛନ୍ତି ଜିଲାପାଳ ମଧୁସୁଦନ ମିଶ୍ର । ଆଜି ମଧ୍ୟ ରାତ୍ରରୁ ଆସନ୍ତା ୧୪ ତାରିଖ ମଧ୍ୟ ରାତ୍ର ଯାଏଁ ସମ୍ପୂର୍ଣ୍ଣ ଜିଲାରେ ଲକ୍ ଡାଉନ ଜାରୀ ରହିବ । ଲକ୍ ଡାଉନ ସମୟରେ ସକାଳ ୫ଟାରୁ ଦିନ ୧ ଟା ଯାଏ ଦୋକାନ ବଜାର ଖୋଲା ରହିବ । ଏଥି ସହ ପୂର୍ବ ପରି ଜରୁରିକାଳୀନ ସେବା ଜାରି ରହିବ ବୋଲି ଜିଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା କୋରାପୁଟ ଜିଲାରେ ୮୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୨୬୨ ଜଣ ସୁସ୍ଥ ହୋଇଥିବା ବଳେ ୫୫୫ ଜଣ ଚିକିତ୍ସାଧୀନ ଅଛନ୍ତି ।