ଧାମରା ଯୁବକଙ୍କ ଦ୍ୱାରା ଅସହାୟ ଏବଂ ଗୃହ ପାଳିତ ପଶୁଙ୍କୁ ଖାଦ୍ୟ ବଂଟନ

FMODIA.IN 04-04-2020
asahaya & gruha palita pasunku khadya bantan

ଭଦ୍ରକ, ୪ ଅପ୍ରେଲ : ଧାମରା ଅଂଚଳରେ ଲକ ଡାଉନ ଫଳରେ ଧାମରା,କଇଥଖୋଲା ଏବଂ ଦୋସିଙ୍ଗା ଅଂଚଳରେ ବୁଲୁଥିବା ଅସହାୟ ଏବଂ ଗୃହ ପାଳିତ ପଶୁ ମାନଙ୍କୁ ଖାଦ୍ୟ ବଂଟନ କରାଯାଇଛି । ଦୀର୍ଘ ୫ଦିନ ହେବ ଧାମରା ଅଂଚଳର ଯୁବକ ମାନଙ୍କ ଦ୍ୱାରା ଏହି ଖାଦ୍ୟ ବଂଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଲକ ଡାଉନ ଫଳରେ ଏହି ଅଂଚଳରେ ବୁଲୁଥିବା ଅସହାୟ ଏବଂ ଗୃହ ପାଳିତ ପଶୁ ମାନେ ଖାଦ୍ୟ ଅଭାବରୁ ଅସହାୟ ହୋଇ ପଡିଥିବା ବେଳେ ଧାମରା ଅଂଚଳର ଯୁବ ଗୋୀ ଏହି ରନ୍ଧାଖାଦ୍ୟ ବଂଟନ କରିଛନ୍ତି । ଆଜି ମଧ୍ୟ ଧାମରାରେ ଏହି ଯୁବ ଗୋୀ ଖାଦ୍ୟ ରୋଷେଇ କରି ବିଭିନ୍ନ ବଜାର ବୁଲୁଥିବା ଅସହାୟ ମାନଙ୍କ ହାତ ଧୋଇବାରେ ସାହାଯ୍ୟ କରିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରିଥିଲେ । ଧାମରା ଅଂଚଳର ଯୁବ ଗୋୀଙ୍କ ଏହି କାର୍ଯ୍ୟକୁ ସମସ୍ତ ଅଂଚଳବାସୀ ପ୍ରଶଂସା କରିଥିବା ବେଳେ ଏହି ଖାଦ୍ୟ ବଂଟନ କାର୍ଯ୍ୟକ୍ରମ ଲକ ଡାଉନ ଥିବା ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଜଣାଯାଇଛି । ଏହି ଖାଦ୍ୟ ବଂଟନରେ ଶ୍ରୀ ଧର ମାଝୀ,ସନ୍ଦିପ କୁମାର ମହାନ୍ତି, ଶ୍ରୀଧାର୍ଥ ଶଙ୍କର ମାଝୀ, ତପନ କୁମାର ସାମଲ, କପିଲ ମାଝୀ, ସମୟ ଦଳେଇ, ସରୋଜ କୁମାର ବାରିକ, ଅଲେଖ ମାଝୀ, ଚନ୍ଦନ ମାଝୀ,ପିଂଟୁ ,ବାପୁନ,କୁଳମଣୀ ବେହେରା,ସୋମନାଥ ବାରିକ,ମଳୟ ତରେଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ଆଗାମୀ ଦିନରେ ଏହି ଅଂଚଳରେ କାହାରିଙ୍କୁ ଭୋକିଲା ରଖିବାକୁ ଦିଆଯିବ ନାହିଁ ବୋଲି ଏହି ଯୁବକ ମାନଙ୍କ ପକ୍ଷରୁ ପ୍ରକାଶ ।ଏହି ଯୁବ ଗୋୀ ନିଜ ରୋଜଗାରରୁ ଭୋକିଲା ମାନଙ୍କୁ ଖାଦ୍ୟ ବଂଟନ କରୁଥିବା ଜଣାଯାଇଛି ।