ଚିତ୍ରକୋଣ୍ଡା ପୋଲିସ ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ

FMODIA.IN 28-04-2020
Innovative efforts by the Chitrakonda police administration

ଅମରେନ୍ଦ୍ର ଦାସ / ମାଲକାନଗିରି

(FMODIA) - ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ପକ୍ଷରୁ କରନା ର ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନତା କରୁଛନ୍ତି । ଗାଁ ଗାଁ କୁ ସାଇକେଲରେ ଯାଇ ସମସ୍ତଙ୍କୁ ମାସ୍କ ବାଣ୍ଟୁଛନ୍ତି । ସାମାଜିକ ଦୂରତା ବଜାଇ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଲୋକେ ସେ ଅଞ୍ଚଳରେ ଏତେଟା ସଚେତନ ନୁହଁନ୍ତି । କିନ୍ତୁ ପୋଲିସ ପ୍ରଶାସନ ପକ୍ଷରୁ ଏ ଅଭିନବ ପ୍ରୟାସ ଆରମ୍ଭ କରିଥିବାରୁ ବହୁତ ଲୋକ ସଚେତନ ହୋଉଛନ୍ତି । ଏବଂ ପୋଲିସ ପ୍ରଶାସନ ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।