BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ନବୀକରଣ ଉତ୍ସବ

FMODIA.IN 07-03-2020

ବିଶ୍ବଜିତ ନାଥ / ଭଦ୍ରକ

(FMODIA.IN) - ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ନବୀକରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ଵର ସର୍କଲର ମୁଖ୍ୟ ଶାଖା ପରିଚାଳକ ପ୍ରବୀଣା କଳା , ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଭୁବନେଶ୍ଵର ଡ଼େପୁଟି ଜେନେରାଲ ମ୍ୟାନେଜର କିଶାନ ଶର୍ମା , ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ବାଲେଶ୍ଵର ର ରିଜିଓନାଲ ମ୍ୟାନେଜର ଅରୁଣ କୁମାର ପାଣିଗ୍ରାହି । ଅତିଥି ମାନଙ୍କୁ ବାସୁଦେବପୁର ଷ୍ଟେଟ ବ୍ୟାଙ୍କର କର୍ମଚାରୀ ମାନେ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ବାସୁଦେବପୁର ଷ୍ଟେଟବ୍ୟାଙ୍କର ଚିଫ୍ ମ୍ୟାନେଜର କବିନ୍ଦ୍ର ଦେ ଓ ଉପ ଶାଖା ପରିଚାଳକ ଦିଲ୍ଲୀପ କୁମାର ବିଶ୍ଵାଳ ଅତିଥି ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ଭାରତୀୟ ଷ୍ଟେଟ ବ୍ୟାଙ୍କର ଉନ୍ନତି ପାଇଁ ଓ ଜନସାଧାରଣଙ୍କର ମଙ୍ଗଳ ଉଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୧୫ ଗୋଟି କୃଷିଭିତିକ ପ୍ରକଳ୍ପକୁ ଋଣ ଦେବା କରାଯିବା ପାଇଁ ଚିଠି କରାଯାଇଥିଲା , ସେଥିମଧ୍ୟରୁ ୧୩ ଗୋଟି ହେଲା ସ୍ୱୟଂସହାୟକ ଗୋଷ୍ଠୀ !.ଏହି ଉତ୍ସବରେ ବହୁ ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଜନସାଧାରଣ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in