BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାୟିକା କନିକା କପୂରଙ୍କ ନାଁରେ ମାମଲା ରୁଜୁ

FMODIA.IN 21-03-2020
A case has been registered against singer Kanika Kapoor

ନୂଆଦିଲ୍ଲୀ, 21 ମାର୍ଚ୍ଚ : କରୋନା ପୀଡିତା ହୋଇଥିଲେ ସୁଦ୍ଧା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଗାୟିକା କନିକା କପୂରଙ୍କ ଅଡୁଆ ବଢିବାରେ ଲାଗିଛି । ଉତ୍ତର ପ୍ରଦେଶ ସରକାର କନିକା କପୂରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି । କନିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି ।

କନିକା ମାର୍ଚ୍ଚ ୧୫ରେ ଲଣ୍ଡନରୁ ଫେରିଥିଲେ । କିନ୍ତୁ ସେ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନଥିଲେ । ଫଳରେ କନିକା କପୂର ସମ୍ବେଦନଶୀଳ ପ୍ରସଙ୍ଗରେ ସୂଚନା ଲୁଚାଇବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ତାଙ୍କୁ ନେଇ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଛି । ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । କନିକାଙ୍କ ବିରୋଧରେ ଲକ୍ଷ୍ନୌ ର ସରୋଜିନୀ ନଗର ଥାନାରେ ଏଫଆଇଆର ଦିଆଯାଇଛି । ସୂଚନାଯୋଗ୍ୟ ଲଣ୍ଡନରୁ ଆସିବା ପରେ ସେ ନିଜର ସ୍ୱାସ୍ଥ୍ୟ ଚେକଅପ କରାଇ ନଥିଲେ । ସେ ଲଖନଉରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ସେ ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ଏକ ଭୋଜିଭାତର ଆୟୋଜନ କରିଥିଲେ । ପାର୍ଟିରେ ବସୁନ୍ଧରା ରାଜେ, ଦୁଷ୍ୟନ୍ତ ସିଂହ ସମେତ ବଡ଼ ବଡ଼ ଲୋକ ମାନେ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in