BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ବାଉଁଶୁଣୀ ଲୋକ ମହୋତ୍ସବ, ଚତୁ୍‌ର୍ଥ ସଂନ୍ଧ୍ୟାରେ ଲୋକନୃତ୍ୟର ତାଳେତାଳେ ଝୁମିଲେ ଦର୍ଶକ

FMODIA.IN 09-02-2020
Baunusuni Mahotsav entered foyrth day in Boudh

ବୌଦ୍ଧ, ୯ ଫେବୃଆରୀ - ବୌଦ୍ଧ ଜିଲା ବାଉଁଶୁଣୀ ଠାରେ ଚାଲିଥିବା ଦିତୀୟ ଲୋକ ମହୋତ୍ସବର ଚତୁ୍ର୍ଥ ସଂନ୍ଧ୍ୟାରେ ଲୋକନୃତ୍ୟର ତାଳେତାଳେ ଦର୍ଶକମାନେ ଝୁମିଥିଲେ । ମହୋତ୍ସବ ବର୍ଷା ଯୋଗୁଁ ଫିକା ପଡିଥିବା ଆସୁଥିବା ବେଳେ କିନ୍ତୁ କମିଟି ପକ୍ଷରୁ ମହୋତ୍ସବକୁ ମହାସମାରୋହରେ ପାଳନ କରିବାକୁ ପ୍ରୟାସ ଚଳାଇଅଛନ୍ତି । ଚତୁର୍ଥ ଦିବସରେ ସାମ୍ବାଦିକ ଉମାକାନ୍ତ ମହାକୁଡଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜସେବୀ ତଥା ନାଟ୍ୟକାର ନାରାୟଣ ଦେହୁରୀ ଓ ସମ୍ମାନିତ ଅତିଥି ଭାବେର ବାଉଁଶୁଣୀ ଅଗ୍ନିଶମ ଅଧିକାରୀ ଏଚ.କେ.ପଟନାୟକ, ଥାନା ଅଧିକାରୀ ରାମ ସୁବ୍ରମଣ୍ୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଚତୁର୍ଥ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗିର ତୁଷୁରାର କୃଷ୍ନପ୍ରିୟା କଳାପରିଷଦ ପକ୍ଷରୁ ଘୁଡୁକା ନାଚ, ପୁରୀର ଗୋଟି ପୁଅ, ବୌଦ୍ଧ ପ୍ରଣାମ ଅନୁଷ୍ଠାନର ଓଡିଶୀ ନୃତ୍ୟୁ, ଝାଇଁରେ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପଞ୍ଚରସୀ ନୃତ୍ୟୁ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପାରମ୍ପରିକ ନ୍ୟତ୍ୟୁ ପରିବେଷଣ ହୋଇଥିଲା । ମେଘୁଆ ପାଗ ସ୍ୱତ୍ତେ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମହୋତ୍ସବରେ ୭୦ରୁ ଉର୍ଦ୍ଧ୍ୱ ଷ୍ଟଲରେ ଘରକରଣା ସାମଗ୍ରୀ ଓ ମିନାବଜାରରୁ ବିଭିନ୍ନ ସମାଗ୍ରୀ କିଣା ବିକା କରିବା ସହ ଓ ସୁସାଦ୍ୱ ଖାଦ୍ୟର ମଜା ଦର୍ଶକ ମାନେ ନେଇଥିଲେ । ଚକ୍ରଧର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଙ୍ଗୁରବାଳା ମେହେର ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in