ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହେଲେ ବଲିଉଡ କୋରିଅଗ୍ରାଫର ସରୋଜ ଖାନ

FMODIA.IN 25-06-2020
Bollywood choreographer Saroj Khan fell ill and was hospitalized

ନୂଆଦିଲ୍ଲୀ, 25 ଜୁନ : ବଲିଉଡର ଖ୍ୟାତାନାମା କୋରିଓଗ୍ରାଫର ସରୋଜ ଖାନ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ହେଲା ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଗୁରୁ ନାନକ ହସପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି ।

ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ବଲିଉଡର ଫିଲ୍ମ ନିର୍ମାତା କୁନାଲ କୋହଲି । ସେ ସରୋଜ ଖାନଙ୍କ ପୁଅ ରାଜୁ ଖାନଙ୍କ ସହ କଥା ହୋଇ ସରୋଜ ଖାନ ସୁସ୍ଥ ଥିବା କଥା କହିଛନ୍ତି । ତେବେ ଗୁରୁ ନାନକ ହସପିଟାଲରେ ସରୋଜଙ୍କ କରୋନା ପରୀକ୍ଷା କରାଯାଇଥିଲା । ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା କଥା ଜଣାପଡିଛି ।

ତେବେ ସରୋଜଙ୍କ ପୁଅ ରାଜୁ ଖାନ ତାଙ୍କ ସୁସ୍ଥ ହେବା ଖବର ଦେବା ସହ ସରୋଜଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବା ନିମନ୍ତେ ପ୍ରାର୍ଥନା କରିଥିବା ଫ୍ୟାନ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।