ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ

FMODIA.IN 15-05-2020
Freedom Fighter Bhabani Pattnaik dies

ଭୁବନେଶ୍ବର, 15 : ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ 99 ବର୍ଷ ହୋଇଥିଲା । ଗୁରୁବାର ସଂଧ୍ୟାରେ ତାଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।