ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବ

FMODIA.IN 08-02-2020
Malyabanta Mahochav in Malkangiri

ଅମରେନ୍ଦ୍ର ଦାସ

ମାଲକାନଗିରି । ଏଫ୍ଏମ୍ ମିଡ଼ିଆ

ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ପ୍ରଥମ ଉଦଘାଟନ ଦିବସରେ ଜିଲ୍ଲାର ଦୁଇଟି ବିଧାୟକ ଶ୍ରୀଯୁକ୍ତ ଆଦିତ୍ୟ ମାଢୀ ଓ ପୂର୍ଣ୍ଣଚନ୍ଦ୍ର ବାକା ଉପସ୍ଥିତ ଥିଲେ । ଏବଂ ଲୋକସଭା ସାଂସଦ ରମେଶ ମାଝୀ ଓ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ଏସପି ଜିଲ୍ଲା ପରିଷଦ ଧନୁର୍ଜୟ ମାଡକାମୀଓ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତ ବେହେରା ଉପସ୍ଥିତ ରହି ମାଲକାନଗିରି ଜିଲ୍ଲା ବିଷୟରେ ଅଭିଭାଷଣ ଦେଇଥିଲେ । ଆଜି ସ୍ତରୀୟ ଜଗନ୍ନାଥ ମନ୍ଦିର ଠାରୁ କଳସ ଯାତ୍ରା ବାହାରି ଡିଏନକେ ଖେଳ ପଡିଆ ରେ ଶେଷ ହୋଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ଆଦିବାସୀ ପରମ୍ପରାର ଲୋକ ନୃତ୍ୟ ଏବଂ ଆସାମ ବିହୁ ଓ ବରଗଡ଼ ଦୁଲଦୁଲି ,ଓଡିଶୀ ନୃତ୍ୟ ଇତ୍ୟାଦି ପରିବେଷଣ ହୋଇଥିଲା ।