BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

କଲିକତାରେ ଓଡିଆ କବିଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ୱର୍ଦ୍ଧନା

FMODIA.IN 10-02-2020
Odia books released in Kolkatya

ଯାଜପୁର, ୯ ଫେବୃୟାରୀ- ଦିନାନ୍ତେର ଅନ୍ୱେଷଣ ହୁଗୁଳି କଲିକତା ଦ୍ୱାରା ଆୟୋଜିତ ମଗ୍ନପାଠ କାର୍ଯ୍ୟକ୍ରମ ଉଭୟ ଓଡିଆ ଓ ବଙ୍ଗଳା କବି ଏବଂ ସମାଲୋଚକ ମାନଙ୍କୁ ନେଇ ଗତ ରବିବାର ଦିନ ଅନୁିତ ହୋଇଯାଇଚ୍ଥି । ଆୟୋଜିତ ଏହି ମିଳିତ କାର୍ଯ୍ୟକ୍ରମକୁ ସୁଶ୍ରୀ ଅପର୍ଣ୍ଣା ଘୋଷ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବଙ୍ଗୀୟ ବିଶିଷ୍ଟ କବି ଅରୁଣା ମୁଖୋପାଧ୍ୟାୟ, କବି ଅମର ଘୋଷ, କବି ମଧୁଚ୍ଥନ୍ଦା ମୈତ୍ର ସ୍ୱରୋଚିତ କବିତା ପାଠ କରିଥିଲେ ।

ପୁସ୍ତକ ଉନ୍ମୋଚନ ଯର୍ବରେ ଯାଜପୁର ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ ଅନୁବାଦ କବିତା ପୁସ୍ତକ ପୁରବୀ, ଡକ୍ଟର ରାଜ କିଶୋର ପାଢୀଙ୍କ ଶିଳାଲେଖ ଏବଂ କବି ବିଦୁ୍ୟତ୍ଲତା ଦାସଙ୍କ ଜୀବନର ବର୍ଣ୍ଣମାଳା କବିତା ପୁସ୍ତକ ତ୍ରୟକୁ କଲିକତାର ବିଶିଷ୍ଟ କବି ବିମଳ ଗଙ୍ଗୋପାଧ୍ୟାୟ, ବ୍ରୋତିନ୍ ଦେ ଏବଂ ମାନବ ମୁଖୋପାଧ୍ୟାୟ ପ୍ରମୁଖ ଯଥାକ୍ରମେ ଉନ୍ମୋଚନ କରିଥିଲେ । ଉକ୍ତ ତିନୋଟି ପୁସ୍ତକର ବଙ୍ଗଳା ଅନୁବାଦକ କବି ନିରଂଜନ ଜେନା ଊଭୟ ଭାଷାର କାବି୍ୟକ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଊକ୍ତ ତିନୋଟି ପୁସ୍ତକର ବଙ୍ଗଳା ସମାଲୋଚନା ଗାଳ୍ପିକ ତଥା ସୁ ସମାଲୋଚକ ମାନସ ସରକାର କରିଥିବା ବେଳେ ଓଡିଶାରୁ ଯାଇଥିବା ଉପରୋକ୍ତ ତିନି କବିଙ୍କ ସମେତ ଡଃ ରବିନ୍ଦ୍ର ବିହାରୀ, ଅଧ୍ୟାପକ ମହେଶ୍ୱର ପାଢୀ ଏବଂ ବଂଶୀଧର ଦାଶଙ୍କୁ ଦିନାନ୍ତେର ଅନ୍ୱେଷଣ ଅନୁାନର ମୁଖ୍ୟ ନାଟ୍ୟକାର ତଥା ନିଦେ୍ର୍ଧଶକ ତଥାଗତ ମୈାଲିକ ସମ୍ୱର୍ଦ୍ଧିତ କରିଥିଲେ । ସମ୍ୱର୍ଦ୍ଧନା ଉତରରେ ଜିଲ୍ଳ୍ାପାଳ ଶ୍ରୀ ଦାସ ସାହିତ୍ୟର ସମୃଦ୍ଧି ଓ ବିକାଶ ପାଇଁ ଭାଷା ଯେ ଏକ ଅନ୍ତରାୟ ନୁହେଁ ତାହା ଏହି ଅନୁବାଦ ସାହିତ୍ୟ ହିଁ ପ୍ରମାଣିତ କରିଚ୍ଥି ବୋଲି କହିଥିଲେ । ଅନ୍ୟ ସାହିତି୍ୟକ ମାନେ ମଧ୍ୟ ଅନୁରୂପ ମତ ପୋଷଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବଙ୍ଗଳାର ବିଶିଷ୍ଟ କବି ଓ ସୁ ସମାଲୋଚକ ଦୀପକ ରାୟ, ପ୍ରବୀର ରାୟ ଚୌଧୁରୀ, ଚିତ୍ର ଶିଳ୍ପୀ ସୁଦୀପ୍ତ ଭଟ୍ଟାଚାର୍ଯ୍ୟ, ଡଃ ପି.କେ. ଶତପଥୀଙ୍କ ସମେତ ପଚାଶରୁ ଉର୍ଦ୍ଧ୍ୱ କବି ଓ ସାହିତି୍ୟକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉଭୟ ଓଡିଆ ଓ ବଙ୍ଗଳା ସାହିତ୍ୟର କବି ମାନଙ୍କୁ ଅନୁାନ ତରପଂରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପରିଶେଷରେ ଅନୁାନ ତରପଂରୁ ଦୁଇଟି ବୈାଦ୍ଧିକ କ୍ଷୁଦ୍ର ନାଟକ ମଂଚସ୍ଥ କରାଯାଇଥିଲା । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ବଙ୍ଗଳା ଓ ଓଡିଆ ସାହିତ୍ୟର ଏକ ମିଳନ ସେତୁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in