ପାଲା ଆମ ସଂସ୍କୃତି ଓ ପରମ୍ପରା : ଗାୟକ ବେଦାନ୍ତ ବସନ୍ତକୁମାର ମିଶ୍ର

FMODIA.IN 30-07-2020
Pala_Odisha_Ep_21

ଭୁବନେଶ୍ୱର : କଟକ ଜିଲ୍ଲା ତିଗିରିଆ ଗୋପିନାଥପୁର ଶାସନ(ଉପରସାହୀ) ପିତା ପ୍ରଫୁଲ୍ଲଚନ୍ଦ୍ର ମିଶ୍ର ଓ ମାତା ସୂର୍ଯ୍ୟମଣୀ ଦେବୀଙ୍କ ୧୯୬୦ମସିହା ଅପ୍ରେଲ ମାସ ୦୪ ତାରିଖରେ କୋଳମଣ୍ଡନ କରିଥିଲେ ବସନ୍ତକୁମାର । ଢେଙ୍କାନାଳ କଲେଜରେ ୧୯୮୫ ମସିହାରେ ବିଏସି ପାଶ କରିବା ପରେ ନୂଆପାଟଣା ଜଗନ୍ନାଥ ଉଇଭର୍ସ କୋ-ପେରିଟିଭ ସ୍ପିନିଂ ମିଲରେ ଟେକନିକାଲ ଅଫିସର ଭାବରେ ଚାକିରୀରେ ଯୋଗଦେଇଥିଲେ । ହେଲେ ମନ ବୁଝିନଥିଲା । ପାଲ।। ପ୍ରତି ଅନୁରାଗ ବଢିବାରୁ ୧୯୮୮ମସିହାରେ ପ୍ରଥମ ପାଲା ଗୁରୁ ଭାବରେ ମାଣିଆବନ୍ଧ ଅଂଚଳର ରାଜକିଶୋର ମିଶ୍ରଙ୍କ ଠାରୁ ପାଲା ଶିକ୍ଷା ଗ୍ରହଣ କରିବା ପରେ ଦ୍ୱିତୀୟ ଗୁରୁ ଭାବରେ ଯାଗିଆପଡା ଅଂଚଳର ଗାୟକ ଲମ୍ବୋଦର ଦାଶ ଖୋର୍ଦ୍ଧା ତଣ୍ଡାଳମ ଅଂଚଳର ଗାୟକ ଶଙ୍କର ପଣ୍ଡାଙ୍କୁ ଗୁରୁ ଭାବରେ ଗ୍ରହଣ କରି ପାଲା ଗାୟନ ଅବ୍ୟାହତି ରଖିପାରିଛନ୍ତି । ପ୍ରଥମ ବାଦୀ ପାଲା ମଂଚ ଭାବରେ ଢେଙ୍କାନାଳ କେନ୍ଦୁପଡା ପାଲାମଂଚରେ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ସହ ପାଲା ଗାୟନ ଆଜିବି ମାନସପଟକୁ ରୋମନ୍ଥନ କରେ ।

ଯୋରନ୍ଦାର ନାଥୁଆ ପାଲାମଂଚ, ଢେଙ୍କାନାଳ କାଇମାଟି ପାଲାମଂଚ, ଇଛାପୁର ପାଲାମଂଚ, ଅନଗୁଳ ଛେଳିଆପଡା ପାଲାମଂଚ, ଅନଗୁଳ ବ୍ରାହ୍ମଣସାହୀପାଲାମଂଚ, ଅଙ୍କରାନ୍ତିପୁରପାଲାମଂଚ, ନରସିଂହପୁର ଥାନା ପାଲାମଂଚ, ଖୋଦ୍ଧା ଅଣ୍ଡାବାଜପୁର ପାଲାମଂଚ, ଟାଙ୍ଗି ପାଲାମଂଚ, ଚୈାଦ୍ୱାର ପାଲାମଂଚ, କେନ୍ଦ୍ୁଝର ଗୋଳାବନ୍ଧ ପାଲାମଂଚ, ଶିରୋମଣୀପୁର ପାଲାମଂଚ, ମୟୁରଭଂଜରେ ଆହାରବନ୍ଧ ପାଲାମଂଚ, ବୈତରଣୀ କୂଳରେ କଡମିଆ ପାଲାମଂଚ , ଗୋବିନ୍ଦପୁରପାଲାମଂଚ, ବାଙ୍କି ଚର୍ଚ୍ଚିକା ପାଲାମଂଚ, ନରସିଂହପୁର ଟାଉନ ପାଲାମଂଚରେ ପାଲା ଗାୟନ ସହ ବୈୟାଳିଶ ମୈାଜା ଆଇତଳଙ୍ଗ ରେ ଗାୟକ ବେଦାନ୍ତ , ଅଣ୍ଡାବାଜପୁର ପାଲାମଂଚରେ ଗାୟକ ଶିରୋମଣୀ ଉପାଧୀରେ ଭୁଷିତ ହେବା ସହ ବିଭିନ୍ନ ସାରକାରୀ ଓ ବେସରକାରୀ ପାଲାମଂଚ ଓ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୈାକନ ଲାଭ କରି ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଉଦଯିବିତ କରିବାର ପ୍ରୟାଶ , ଅନୁସନ୍ଧିତ୍ସା ଆଜିବି ଲାଗି ରହିଛି । ୨୦୦୫ ମସିହାରେ ଚାକିରୀ କରୁଥିବା ସ୍ପିନିଂ ମିଲ ବନ୍ଦ ହୋଇଯିବା ପରଠାରୁ ପାଲାରେ ମନୋନିବେଶ ବଢିବା ସହ ଏବେ କରୋନା କଟକଣାକୁ ନେଇ ନାହିଁ ଅର୍ଥ ଉର୍ପାଜନର କୈାଣସି ବ୍ୟବସ୍ଥା । କଳାକାର ଭତ୍ତା ବାବଦକୁ ମିଳୁଥିବା ଅର୍ଥରାଶି ସମୁଦ୍ରକୁ ଶଙ୍ଖେ ପରି ଥିବା ବେଳେ ସରକାର ପାଲାକାରଙ୍କ ପାଇଁ ଥରୁଟିଏ ଚିନ୍ତା କରିବାର ସମୟ ଆସିଛି ବୋଲି ପ୍ରକାଶ କରିଛନ୍ତି ।

ଭାଗସଂଖ୍ୟା :୨୧

ବି.ଦ୍ର : - ମନୋରଂଜନ ପୃଷ୍ଠାରେ ଆପଣଙ୍କ ସଂପର୍କରେ ଲେଖା ପ୍ରକାଶିତ ହେବାକୁ ଚାହୁଁଥିଲେ ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ୯୪୩୭୨୭୭୨୫୯ ନମ୍ବରରେ ଯୋଗାଯୋଗ କରନ୍ତୁ । ହ୍ୱାଟସଅପରେ ଓଡିଆରେ ଲେଖା ଟି ପଠାଇ ପାରିବେ । ଏଥିସହ ପାଲାକାର ବନ୍ଧୁ, ପାଲାମଂଚର କର୍ମକର୍ତ୍ତାମାନେ ଏହାକୁ ଲାଇକ , ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ ।