ପାଲା ଆମ ସଂସ୍କୃତି ଓ ପରମ୍ପରା : ଗାୟକ ଯୁବକେଶରୀ ସଞ୍ଜୁକୁମାର ପଣ୍ଡା

FMODIA.IN 31-07-2020
Pala_Odisha_Ep_22

Fast Mail News

ଭୁବନେଶ୍ୱର : କଟକ ଜିଲ୍ଲା ବଡମ୍ବା ମଧୁବନର ପିତା ଯୁଗଳଚରଣ ପଣ୍ଡା ଓ ମାତା ପ୍ରମୋଦିନୀ ଙ୍କ ୧୯୭୪ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ କୋଳମଣ୍ଡନ କରିଥିଲେ ସଞ୍ଜୟକୁମାର । ସଂସ୍କୃତରେ ମଧ୍ୟମା ପରେ +୨ ପାଠ ପଢୁଥିବ। ବେଳେ କୋଣସି କାରଣରୁ ପାଠପଢାରେ ଡୋରୀ ବନ୍ଧା ଯାଇଥିଲା । ବାପା ଯୁଗଳଚରଣ ପଣ୍ଡା ପାଲାଗାୟକ ଥିବାରୁ କୈାଳିକ ବୃତ୍ତି ଭାବରେ ଆପଣେଇ ନେବାକୁ ପଡିଥିଲା । ଢେଙ୍କାନାଳ ଅଂଚଳର ଗାୟକ ଭାସ୍କର ବେହେରା ୧୯୯୫ ମସିହାରେ ଚାମର ଗୁରୁ ଭାବରେ ଆସିଥିଲେ । ପରେ ପରେ ଗାୟକ ମାୟାଧର ଶତପଥୀ , ସଂକିର୍ତ୍ତନ ଗାୟକ ବାସୁଦେବ ପାଣିଙ୍କୁ ଗୁରୁ ଭାବରେ ଗ୍ରହଣ କରିଥିଲେ । ପ୍ରଥମ ବାଦୀପାଲା ମଞ୍ଚ ଭାବରେ ଢେଙ୍କାନାଳ ଅଂଚଳର କଦମ୍ବବେରଣା ପାଲାମଂଚରେ ବ୍ରହ୍ମନନ୍ଦ ମଲ୍ଲିକଙ୍କ ସହ ବାଦୀପାଲା ଆଜିବି ମାନସପଟକୁ ରୋମନ୍ଥନ କରେ । ଚୈାଦ୍ୱାର, ସାଲେପୁର, ଶିସୁଆ, ନୟାଗଡ ଟାଉନ ପାଲାମଂଚ, ଖୋର୍ଦ୍ଧା ଭୁଆଶୁଣି ପାଟଣା ବାଘମାରୀ ପାଲାମଂଚ, ପୁରୀ ଜିଲ୍ଲାର ଆଳୁପାଟଣା ପାଲାମଂଚ, ମଇଷିଆ ପାଲାମଂଚ,ଯଦୁପୁର ପାଲାମଂଚ, ପଲ୍ଲୀ ପାଲାମଂଚ, ଧର୍ମକେତି ପାଲାମଂଚ, ବଡବନ୍ଧକେରା ପାଲାମଂଚ,

ଭଦ୍ରକ ଜିଲ୍ଲା ବାସୁଦେବପୁରର ମାତାଜୀମଠ ପାଲାମଂଚ, ସୁଗୋ ପଲାମଂଚ,ନୀଳକଣ୍ଠପୁର ପାଲାମଂଚ,ଜାରକା ପାଲାମଂଚ, ନାଥପୁର ପାଲାମଂଚ,ମାଳଦା ପାଲାମଂଚ, ଇଚ୍ଛାପୁର ପାଲାମଂଚ, କେନ୍ଦୁଝରର ରଗଡି ପାଲାମଂଚ, ଆନନ୍ଦପୁର ପାଲାମଂଚ, ଶିରୋମଣୀପୁର ପାଲାମଂଚ , କରମିଆ ପାଲାମଂଚ, ଗୋବରଗଳି ପାଲାମଂଚ, ରାଜକନିକା ପାଲାମଂଚ, ବିରିବାଟି ବାରଦା ପାଲାମଂଚ, ନାଉଗାଁ ପାଲାମଂଚ, ତେନ୍ତୁଳିମଠ ପାଲାମଂଚ, ପାରା୍ବୀପ ଗଣେଷ ବଜାର ପାଲାମଂଚ, ମୁଗେଇ ପାଲାମଂଚ,ବୈଆଳିଶ ମୈାଜାପାଲାମଂଚ ଆଦି ପାଲାମଂଚରେ ପାଲାଗାୟନ କରିବା ସହ ତେନୁଳିମଠ ପାଲାମଂଚରେ ଗାୟକ ଯୁବପ୍ରତିଭା , ଯାଯପୁର ଇଚ୍ଛାପୁର ଯୁବକେଶରୀ ଆଦି ଉପାଧିରେ ଭୁଷିତ ହୋଇପାରିଛନ୍ତି । ଏଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ପାଲାନୁଷ୍ଠାନମାନଙ୍କ ପକ୍ଷରୁ ମାନପତ୍ର ଉପଢୈାକନ ଲାଭ କରି ଏଯାବତ ପାଲାଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାରେ ବ୍ରତୀ ହୋଇଛନ୍ତି । । କରୋନାକୁ ନେଇ କଟକଣାକୁ ନେଇ ଏବେ ରୋଜଗାରର କୈାଣସି ମାଧ୍ୟମ ନଥିବା ବେଳେ ସରକାରଙ୍କ ଅନୁାନକୁ ଚାହିଁ ବସିଛନ୍ତି ।

ଭାଗ ସଂଖ୍ୟା : ୨୨

ବି.ଦ୍ର : - ମନୋରଂଜନ ପୃଷ୍ଠାରେ ଆପଣଙ୍କ ସଂପର୍କରେ ଲେଖା ପ୍ରକାଶିତ ହେବାକୁ ଚାହୁଁଥିଲେ ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ୯୪୩୭୨୭୭୨୫୯ ନମ୍ବରରେ ଯୋଗାଯୋଗ କରନ୍ତୁ । ହ୍ୱାଟସଅପରେ ଓଡିଆରେ ଲେଖା ଟି ପଠାଇ ପାରିବେ । ଏଥିସହ ପାଲାକାର ବନ୍ଧୁ, ପାଲାମଂଚର କର୍ମକର୍ତ୍ତାମାନେ ଏହାକୁ ଲାଇକ , ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ ।