BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

FMODIA.IN 02-11-2020
The afterlife of Raju Mishra, an eminent Oriya film director

ଜଟଣୀ, ୨ ନଭେମ୍ବର |ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଆଜି ମଧ୍ୟାହ୍ନରେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାର ସ୍ଥିତ ବାସଭବନରେ ବସିଥିବା ବେଳେ ହଠାତ୍ ହୃଦଘାତରେ ଟଳି ପଡିଥିଲେ ସେ ।
ରାଜୁ ମିଶ୍ର ଓଡ଼ିଆ ଜଗତରେ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଅନେକ ସୁପର ହିଟ୍ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି । ମମତା ମାଗେ ମୂଲ, ପୁଅ ମୋର କଳା ଠାକୁର, ସତ ମିଛ, ସାଗର ଗଙ୍ଗା, ପଥର ଖସୁଛି ବଡ଼ ଦେଉଳୁ ଆଦି ଚଳଚ୍ଚିତ୍ର ଓଡ଼ିଆ ଫିଲ୍ମ ଜଗତ ପ୍ରତି ତାଙ୍କର ଅନନ୍ୟ ଅବଦାନ ।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ଶେଷ ଦର୍ଶନ ନିମନ୍ତେ ବାସଭବନକୁ ବହୁ ବିଶିଷ୍ଟ ଲୋକଙ୍କ ଭିଡ଼ ଜମିଛି ।