କଳାଭୂମିର ବିକ୍ରୟ କେନ୍ଦ୍ର ଖୋଲିଲା

FMODIA.IN 26-06-2020
The blacksmith shop opened in Bhubaneswar

ଭୁବନେଶ୍ୱର, ୨୬ ଜୁନ୍ - ଭୁବନେଶ୍ୱରର େ ପାଖରୀ ପୁଟସ୍ଥିତ ଶିଳ୍ପୀଗ୍ରାମଠାରେ କଳାଭୂମି-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟର ବିକ୍ରୟ କେନ୍ଦ୍ର ରହିଛି । ସରକାରଙ୍କ ସମସ୍ତ ନିୟମକୁ ଧ୍ୟାନରେ ରଖି ସାମାଜିକ ଦୂରତ୍ୱ ସହ ଅନ୍ୟାନ୍ୟ ସୁରକ୍ଷା କଟକଣାକୁ ବଜାୟ ରଖି କଳାଭୂମିର ବିକ୍ରୟ କେନ୍ଦ୍ର ଖୋଲା ଯାଇଛି । ଏଠାରେ ଓଡ଼ିଶାର ସୁନାମଧନ୍ୟ କାରିଗରଙ୍କର କାରିଗରୀ ଯଥା ହସ୍ତଶିଳ୍ପ ଓ ହସ୍ତତନ୍ତର ବିଭିନ୍ନ ସାମଗ୍ରୀ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ରହିଛି ।

ଏହି ଲକ୍ ଡାଉନ୍ ସମୟରେ କାରିଗରଙ୍କୁ ଉତ୍ସାହିତ ଓ େ ପ୍ରାତ୍ସାହିତ କରିବା ପାଇଁ କଳାଭୂମି ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଛି । ଏହା ଦିବା ୧୦ ଘଟିକାଠାରୁ ଅ ପରାହଅ ୫.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି । ଆଗ୍ରହୀ ଗ୍ରାହକ କଳାଭୂମି ବିକ୍ରୟ କେନ୍ଦ୍ରରୁ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରି ପାରିବେ ବୋଲି ସୂଚନା ଦିଆ ଯାଇଛି ।