ଉର୍ବଶୀ ରୌତଲା କୋବିଡ ଫଣ୍ଡକୁ ଦେଲେ 5 କୋଟି

FMODIA.IN 12-05-2020
Urvashi Rautla donated Rs 5 crore to the Cobid Fund

ନୂଆଦିଲ୍ଲୀ, 12 ମଇ : ଅଭିନେତ୍ରୀ ଉର୍ବଶୀ ରୌତଲା ମଧ୍ୟ କୋଭିଡ-୧୯ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛନ୍ତି । ଏଥି ସହିତ ଉର୍ବଶୀ କହିଛନ୍ତି, ଆମେ ଏହି ଲଢ଼େଇ ସହିତ ଚାଲିବାର ଅଛି ଓ କୌଣସି ଦାନ ଛୋଟ ନୁହେଁ ।
ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ପ୍ରଶଂସକଙ୍କୁ ଭରଚୁଆଲ ଡାନ୍ସ ମାଷ୍ଟକ୍ଲାସ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ଏହି କ୍ଲାସରେ ଉର୍ବଶୀ ଲୋକଙ୍କୁ ମାଗଣାରେ ଜୁମ୍ବା, ତବାଟା ଓ ଲୌଟିନ ନୃତ୍ୟ ଶିକ୍ଷା ଦେଇଛନ୍ତି । ଯେଉଁ ଲୋକମାନେ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ସେମାନଙ୍କ ପାଇଁ ଭଲ ବୋଲି ସେ କହିଛନ୍ତି ।