BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାନିଆ ମିର୍ଜା ପୁଅ ଇଜାନଙ୍କୁ ସାନିଟାଇଜର ବ୍ୟବହାର କରିବାକୁ ଶିଖାଉଥିବାର ଭିଡ଼ିଓ ଭାଇରାଲ

FMODIA.IN 19-03-2020

କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଛି ଏବଂ ଏହି କାରଣରୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ଅଧିକ ପରିଷ୍କାର ପରିଚ୍ଛନ୍ନତା ପାଇଁ ନିବେଦନ କରୁଛନ୍ତି । କେବଳ ଏତିକି ନୁହେଁ, ଲୋକଙ୍କୁ ନିୟମିତ ଭାବେ ହାତ ଧୋଇବାକୁ କିମ୍ବା କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । ଏଭଳି ପରିସ୍ଥିତିରେ ବଲିଉଡର ସେଲିବ୍ରେଟମାନେ ମଧ୍ୟ ଅଧିକ ସଜାଗ ରହି ନିଜ ପିଲାମାନଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ଶିଖାଉଛନ୍ତି ।

କେବଳ ବଲିଉଡ ନୁହେଁ କ୍ରୀଡା ଜଗତର ଜଣାଶୁଣା ବ୍ୟକ୍ତିତ୍ୱମାନେ ମଧ୍ୟ ଏହି ସତର୍କତାର ଯତ୍ନ ନେଉଛନ୍ତି । ଏହି ସମୟରେ ସାନିଆ ମିର୍ଜା ତାଙ୍କ ପୁଅର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସାନିଆ ମିର୍ଜା ପୁଅ ଇଜଗାନ୍ ମିର୍ଜା ମଲିକଙ୍କୁ ସାନିଟାଇଜର ବ୍ୟବହାର କରିବାକୁ ଶିକ୍ଷା ଦେଉଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in