ବିଜେଡି ନେତ୍ରୀଙ୍କ ଆତ୍ମଦାହ ଉଦ୍ୟମ

FMODIA.IN 12-02-2020
Bjd woman leader attempts self-immolation

ଗଞ୍ଜାମ, ୧୨ ଫେବୃଆରୀ- ବିଜେଡିର ନାରୀନେତ୍ରୀ ମିନାକ୍ଷୀ ମିଶ୍ର ଆଜି ବ୍ରହ୍ମପୁର ପୋଲିସ ଅଫିସ ସମ୍ମୁଖରେ ନିଜ ଦେହରେ କିରୋସିନି ଢାଳି ଆତ୍ମଦାହ ଉଦ୍ୟମ କରି ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପୁାଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି । କୌଣସି କାରଣରୁ ତାଙ୍କ ପୁଅକୁ ପୋଲିସ ଗିରଫ କରିଥିବାରୁ ସେ ଏସ.ପି.ଙ୍କୁ ସାକ୍ଷାତ କରିବାକୁ ଆସି ଏପରି କାଣ୍ଡ ସୃଷ୍ଟି କରିଥିବା ଜଣାପଡ଼ିଛି । ଗତ ୨୮ ତାରିଖରେ ବାଇକ ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା । ଏଥିରେ ମିନାକ୍ଷୀଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କ୍ରମେ ପୁଲିସ ମିନାକ୍ଷୀଙ୍କ ପୁଅକୁ ଗିରଫ କରିଥିଲେ । କିନ୍ତୁ ସେ ନିର୍ଦ୍ଦୋଷ ବୋଲି ମିନାକ୍ଷୀ ପ୍ରତିବାଦ କରି ଏସ.ପି.ଙ୍କୁ ସାକ୍ଷାତ କରିବାକୁ ଯାଇ ନିରାଶ ହୋଇଥିଲେ । ଖବର ଲେଖାହେବା ପର୍ଯ୍ୟନ୍ତ ମିନାକ୍ଷୀଙ୍କୁ ବ୍ରହ୍ମପୁରରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି ।