BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ତପ୍ତପାଣି ଘାଟିରେ ଓଲଟିଲା ବସ୍ : ୧୫ ଛାତ୍ରଛାତ୍ରୀ ଆହତ

FMODIA.IN 16-10-2020
Bus overturns in Taptapani valley: 15 students injured

ଗଞ୍ଜାମ, ୧୬ ଅକ୍ଟୋବର - ଗଞ୍ଜାମ - ଗଜପତି ସୀମାନ୍ତ ଦିଗପହଣ୍ଡି - ରାୟଗଡା ୩୨୬ ନଂ ଜାତୀୟ ରାଜପଥର ପାଟପୁର ଥାନା ଅଞ୍ଚଳ ତପ୍ତପାଣି ଘାଟିର ସର୍ପିଳ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଉନଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ସାଢ଼େ ୯ ଟା ସମୟରେ ତପ୍ତପାଣି ଘାଟି ପାଳୁଖୋଳା ଗଡ଼ିଆଣି ବଙ୍କା ରାସ୍ତା ଠାରେ ଏକ ଯାତ୍ରୀବାହୀ ବସ୍ ଓଲଟିଥିବା ବେଳେ ପ୍ରାୟ 15 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ବସ୍ ଟି ଗଜପତିରୁ ବ୍ରହ୍ମପୁର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଥିବା ସୂଚନା ମିଳିଛି । ଖବର ପାଇ ପାଟପୁର ଥାନା ପୋଲିସ ଏବଂ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ସହ ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି । ଆହତ ଛାତ୍ରଛାତ୍ରୀ ମାନେ ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ମିଳିଛି । ସେମାନେ ବସ୍ ଯାେଗେ ଜେଇଇ ପରୀକ୍ଷା ଦେଉଥିବାକୁ ଭୁବନେଶ୍ବର ଯାଉଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଛି ।