ବସ୍ ରେ ୧୧ କେଭି ତାର ଲାଗି ୧୦ ମୃତ୍ୟୁ ଘଟଣା : ଫେରାର୍ ବସ୍ ଡ଼୍ରାଇଭର ଗିରଫ

FMODIA.IN 11-02-2020
Driver arrested in ganjam bus mishap incident

ଗଞ୍ଜାମ, ୧୧ ଫେବୃଆରୀ- ଗତ ରବିବାର ଦିନ ଗୋଳନ୍ଥରା ଥାନା ମେଣ୍ଡରାଜପୁର ନିକଟରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିବା ଓ ୧୮ ଜଣ ଗୁରୁତର ହେବା ଘଟଣାରେ ଫେରାର୍ ସିଲ୍କି ସିଟି ବସ୍ ର ଡ଼୍ରାଇଭର ଗଗନ ନାୟକକୁ ପୋଲିସ ଆଜି ଗିରଫ କରିଛି । ଅଭିଯୁକ୍ତ ବସ୍ ଡ଼୍ରାଇଭରକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ବସ୍ ଡ଼୍ରାଇଭରର ଅସାବଧାନତାରୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ତାକୁ ଗିରଫ କରିଥିବା ସୂଚନା ମିଳିଛି ।