ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦୮ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୭୨ କୁ ବୃଦ୍ଧି

FMODIA.IN 01-08-2020
Ganjam district has the highest number of 307 coronary positive cases in the state: the number of cases in the district has risen to 1,082.

ଗଞ୍ଜାମ, ୧ ଅଗଷ୍ଟ - ଗଞ୍ଜାମ ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୩୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ଭି କରାଯାଇଛି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୭୨ କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୦୩୬୪ ।

ସେହିପରି ଆଜି ଜିଲ୍ଲାରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମୃତ ପୁରୁଷ ମାନଙ୍କର ବୟସ ଯଥାକ୍ରମେ ୫୪, ୪୪, ୬୩, ୭୦ । ମୃତ ମହିଳାଙ୍କର ବୟସ ୫୬ ବର୍ଷ ବୋଲି ଜଣାପଡିଛି । ଏମାନେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୯ ରେ ପହଂଚିଛି ।