କଳମ୍ବ ପଚାଂୟତକୁ ୨୪ ଘଂଟା ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସରପଚଂ

FMODIA.IN 23-05-2020

ଗଞ୍ଜାମ, 23 ମଇ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର କଳମ୍ବ ପଚାଂୟତକୁ ୨୪ ଘଂଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଚଂ ପ୍ରଶାନ୍ତ କୁମାର ପ୍ରଧାନ ।
ପଚାଂୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ପ୍ରବାସୀ ରହିଥିବା ବେଳେ ସମ୍ପୃକ୍ତ ଅଂଚଳରେ ଜନଗହଳି ଏଡାଇବାକୁ ଏବଂ ସାବିତ୍ରୀ ବ୍ରତ ସାରି ପ୍ରବାସୀ ଓଡ଼ିଆଙ୍କ ପତ୍ନୀ ମାନେ ସ୍ୱାମୀଙ୍କୁ ଦର୍ଶନ କରିବା ଆଶଙ୍କା କରି କରୋନା ସଂକ୍ରମଣକୁ ଏଡାଇବା ପାଇଁ କଳମ୍ବ ପଚାଂୟତକୁ ୨୪ ଘଂଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଚଂ । ଆଜି ସକାଳ ୭ଟା ଠାରୁ ଆସନ୍ତା କାଲି ସକାଳ ୭ଟା ପର୍ଯ୍ୟନ୍ତ ପଚାଂୟତରେ ଏହି କଟକଣା ବଳବତର ରହିବ ।