ପାକିସ୍ତାନ କ୍ରିକେଟ୍ ଟିମ୍ ର ୭ ଜଣ କରୋନା ପଜିଟିଭ୍‌

FMODIA.IN 24-06-2020
7 Pakistan cricketer corona positive

ଇସଲାମାବାଦ , ୨୩ ଜୁନ୍ : ପାକିସ୍ତାନର କ୍ରିକେଟ୍ ଟିମ୍ ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି ୩ ଜଣ ପାକ୍ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଖେଳାଳିମାନେ ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏମାନେ ସମସ୍ତେ ଜୁନ୍ ୨୮ରୁ ଇଂଲଣ୍ଡ ଗସ୍ତ କରିଥାଆନ୍ତେ ।

ଆଜି ସଂକ୍ରମିତ ହୋଇଥିବା ୭ ଖେଳାଳିଙ୍କ ମଧ୍ୟରେ ଫଖର ଜମାନ, ଇମ୍ରାନ ଖାନ୍, କାଶିଫ ଭାଟ୍ଟି, ମହମ୍ମଦ ହାଫିଜ, ମହମ୍ମଦ ହାସନାଇନ, ମହମ୍ମଦ ରିଜୱାନ ଓ ୱାବ ରିୟାଜ ରହିଛନ୍ତି । ସୋମବାର ହାଇଦର ଅଲୀ, ହରିଶ ରୌଫ ଓ ଶାଦବ ଖାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ଆଜି ୭ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନ ଟିମ୍ ର ସପୋର୍ଟିଂ ଷ୍ଟାଫ ମାଲାଙ୍ଗ ଅଲୀ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ପିସିବି ପକ୍ଷରୁ କୁହାଯାଇଛି ଯେ ସୋଏବ ମାଲିକ, କ୍ଲିଫ ଡେକୋନ ଓ ୱାକର ୟୁନିସଙ୍କ କରୋନା ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିନାହିଁ । ହାଇଦର, ଶଦାବ ଓ ହରିଶଙ୍କ କରୋନା ଲକ୍ଷଣ ଦେଖାଯାଉଥିଲା । ହେଲେ ଆଜି ଚିହ୍ନଟ ହୋଇଥିବା ଖେଳାଳିଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଇ ନଥିଲା । ସମସ୍ତ ଖେଳାଳିଙ୍କୁ କ୍ୱାରେଂଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହାପୂର୍ବରୁ ଜୁନ୍ ୧୩ରେ ପୂର୍ବତନ ପାକିସ୍ତାନ ଖେଳାଳି ଶାହିଦ ଆଫ୍ରିଦି କରୋନାରେ ଆକ୍ରାନ୍ତ ହୋଇଥିଲେ ।