ନୋ ମ୍ୟାନ୍ ଲ୍ୟାଣ୍ଡ ରେ ୨୦ କିମି ରାସ୍ତା ନିର୍ମାଣ କଲା ଚୀନ୍

FMODIA.IN 26-07-2020
China has built 20 km of roads in No Man's Land

ନୂଆଦିଲ୍ଲୀ, ୨୬ ଜୁଲାଇ - ପୂର୍ବ ଲଦାଖ ସୀମାରେ ତିକ୍ତତା ପରେ ମଧ୍ୟ ଚୀନ୍ ସୁଧୁରୁନାହିଁ । ବର୍ତମାନ ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲା ସୀମାବର୍ତୀ ତିବ୍ଦତରେ ୨୦ କିଲୋମିଟର ରାସ୍ତା ନିର୍ମାଣ କରିଛି । ଯେଉଁଥିରେ ୨ କି.ମି. ନୋ ମ୍ୟାନ୍ ଲ୍ୟାଣ୍ଡ ମଧ୍ୟ ଅଛି । ସୀମାନ୍ତର ଶେଷ ଗାଁ କୁନୁ ଚାରୁଙ୍ଗ ଗ୍ରାମବାସୀ ପ୍ରଥମେ ଏସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ । ଏହା ପରେ ଗୁପ୍ତଚର ଅନୁସନ୍ଧାନର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ରାତିର ଅନ୍ଧାରରେ ଚୀନ୍ ତରବରିଆ ଭାବେ ଖେମକୁଲା ପାସ୍ ଆଡକୁ ରାସ୍ତା ନିର୍ମାଣ କରୁଛି । ଚାଇନାରୁ ରେକି କରିବା ପାଇଁ ପ୍ରଥମେ ଡ୍ରୋନ୍ ଆସିଥାଏ ଏବଂ ପରେ ରାତିରେ ପର୍ବତ କାଟିବା ପାଇଁ ବିସ୍ଫୋରଣର ଶବ୍ଦ ଶୁଣାଯାଏ । ଏହା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ ହିମାଚଳ ପ୍ରଦେଶର କିନ୍ନୋର ଏବଂ ଲାହୋଲ୍ ସ୍ପିଟିର ଦୁଇଟି ଜିଲ୍ଲା ସହିତ ୨୪୦ କିଲୋମିଟର ଲମ୍ବର ଚୀନ୍ ସୀମା ରହିଛି । କିନୋ୍ନରର ତିବ୍ଦତଠାରୁ ୧୨୦ କିଲୋମିଟର ସୀମା ରହିଛି । ଚାରଙ୍ଗ ଗ୍ରାମ ଚୀନ୍ ସୀମାଠାରୁ ୨୨ କିଲୋମିଟର ଦୂରରେ ଅବସ୍ଥିତ । ଏହା ଚୀନ୍ ସୀମାର ଶେଷ ଗାଁ ବୋଲି ବିବେଚନା କରାଯାଏ । ନିକଟରେ ଚାରଙ୍ଗ ଗାଁର କିଛି ମେଷପାଳକ ସାମରିକ ବାହିନୀ ସହିତ ଗାଁଠାରୁ ପ୍ରାୟ ୨୨ କିଲୋମିଟର ଚୀନ୍ ସୀମାକୁ ଯାଇଥିଲେ । ଏହି ଲୋକମାନେ ପ୍ରଥମେ ତିବ୍ଦତ ଅଂଚଳ ଆଡକୁ ନିର୍ମିତ ରାସ୍ତା ଦେଖିଥିଲେ ।

ନୂଆଦିଲ୍ଲୀ, ୨୬ ଜୁଲାଇ (ହି.ସ.)- ପୂର୍ବ ଲଦାଖ ସୀମାରେ ତିକ୍ତତା ପରେ ମଧ୍ୟ ଚୀନ୍ ସୁଧୁରୁନାହିଁ । ବର୍ତମାନ ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲା ସୀମାବର୍ତୀ ତିବ୍ଦତରେ ୨୦ କିଲୋମିଟର ରାସ୍ତା ନିର୍ମାଣ କରିଛି । ଯେଉଁଥିରେ ୨ କି.ମି. ନୋ ମ୍ୟାନ୍ ଲ୍ୟାଣ୍ଡ ମଧ୍ୟ ଅଛି । ସୀମାନ୍ତର ଶେଷ ଗାଁ କୁନୁ ଚାରୁଙ୍ଗ ଗ୍ରାମବାସୀ ପ୍ରଥମେ ଏସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ । ଏହା ପରେ ଗୁପ୍ତଚର ଅନୁସନ୍ଧାନର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ରାତିର ଅନ୍ଧାରରେ ଚୀନ୍ ତରବରିଆ ଭାବେ ଖେମକୁଲା ପାସ୍ ଆଡକୁ ରାସ୍ତା ନିର୍ମାଣ କରୁଛି । ଚାଇନାରୁ ରେକି କରିବା ପାଇଁ ପ୍ରଥମେ ଡ୍ରୋନ୍ ଆସିଥାଏ ଏବଂ ପରେ ରାତିରେ ପର୍ବତ କାଟିବା ପାଇଁ ବିସ୍ଫୋରଣର ଶବ୍ଦ ଶୁଣାଯାଏ । ଏହା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରିଦିଆଯାଇଛି ।