BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

କରୋନାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ଟପିଲା

FMODIA.IN 02-11-2020
corona  death toll in the world has risen to 1.2 million

ନୂଆଦିଲ୍ଲୀ, 02 ନଭେମ୍ବର :ପୂରା ବିଶ୍ୱରେ କରୋନାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୪ କୋଟି ୬୮ ଲକ୍ଷ ୪ ହଜାର ୪୧୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୨ ଲକ୍ଷ ୫ ହଜାର ୪୪ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୩୭ ଲକ୍ଷ ୪୨ ହଜାର ୭୧୯ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୧୮ ଲକ୍ଷ ୫୬ ହଜାର ୬୬୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୫ ହଜାର ୨୬୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।


ଆମେରିକାରେ ୯୪ ଲକ୍ଷ ୭୩ ହଜାର ୭୧୫ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୬ ହଜାର ୪୭୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୬୦ ଲକ୍ଷ ୯୭ ହଜାର ୪୩୯ ଜଣ ସୁସ୍ଥ ହୋଇଥିବା ବେଳେ ୩୧ ଲକ୍ଷ ୩୯ ହଜାର ୮୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୭ ହଜାର ୨୧୩ ଜଣ ଗୁରୁତର ଅଛନ୍ତି ।