Breaking News
- କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ହିଁ ସର୍ତ୍ତକୁ ଅଖଣ୍ଡ ଓ ବିକଶିତ ରାଷ୍ଟ୍ରର ପରିଣତ କରିବ -- ଶ୍ରୀ ଅନିଲ ଚୌ...
- ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ଟୀକାକରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ
- ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ : ଝରିଗାଁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ
- ପଥର ବୋଝେଇ ଟ୍ରକ୍ ଓଲଟିଲା : ଜଣେ ମୃତ, ୧ ଗୁରୁତର
କରୋନାରେ ସମଗ୍ର ବିଶ୍ବରେ ୫ କୋଟି ୮୪ ଲକ୍ଷ ୬୮ ହଜାର ୮୦୧ ଆକ୍ରାନ୍ତ
FMODIA.IN
23-11-2020

ନୂଆଦିଲ୍ଲୀ - ବିଶ୍ୱରେ କରୋନାରେ ବର୍ତମାନ ସୁଦ୍ଧା ୫ କୋଟି ୮୪ ଲକ୍ଷ ୬୮ ହଜାର ୮୦୧ ଜଣ ଲୋକ ସଂକ୍ରମିତ ହୋଇ ଛନ୍ତି । ସେହିପରି ୧୩ ଲକ୍ଷ ୮୫ ହଜାର ୭୧୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ୪ କୋଟି ୪ ଲକ୍ଷ ୫୨ ହଜାର ୭୨୩ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୬୬ ଲକ୍ଷ ୩୦ ହଜାର ୩୬୯ ଜଣ ଲୋକ ସକ୍ରିୟ ରୋଗୀ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୨ ହଜାର ୩୬୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
କରୋନାରେ ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୨୪ ଲକ୍ଷ ୪୦ ହଜାର ୪୮୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬୧ ହଜାର ୭୬୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭୪ ଲକ୍ଷ ୧ ହଜାର ୭୩୯ ଜଣ ସୁସ୍ଥ ହୋଇଥିବା ବେଳେ ୪୭ ଲକ୍ଷ ୭୬ ହଜାର ୯୮୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୨ ହଜାର ୯୦୫ ଜଣ ଗୁରୁତର ଅଛନ୍ତି ।