କରୋନାରେ ବର୍ତମାନ ସୁଦ୍ଧା ବିଶ୍ୱରେ ୯୦ ଲକ୍ଷ ଲୋକ ସଂକ୍ରମିତ

FMODIA.IN 22-06-2020
Corona is still infected with 4 million people worldwide

ନୂଆଦିଲ୍ଲୀ, 22 ଜୁନ :ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୯୦ ଲକ୍ଷ ୩୮ ହଜାର ୮୦୬ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪ ଲକ୍ଷ ୬୯ ହଜାର ୬୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସରୁ ୪୮ ଲକ୍ଷ ୩୩ ହଜାର ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୩୭ ଲକ୍ଷ ୩୫ ହଜାର ୬୨୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ତାଣ୍ଡବ ରଚିଛି । ଆମେରିକା ଅନ୍ୟ ଦେଶ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୨୩ ଲକ୍ଷ ୫୬ ହଜାର ୬୫୫ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୨ ହଜାର ୨୪୭ ଜଣ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇସାରିଛି । ଆହୁରି ୧୨ ଲକ୍ଷ ୫୪ ହଜାର ୬୧୮ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଏଥିରୁ ୧୬ ହଜାର ୪୭୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାରୁ ୯ ଲକ୍ଷ ୭୯ ହଜାର ୭୯୦ ଜଣ ସୁସ୍ଥ ହୋଇଛନ୍ତି ।