ବିଶ୍ୱରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୫,୯୫,୨୬୭କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ପହଂଚିଲା ୨୭,୩୬୫ରେ

FMODIA.IN 28-03-2020
corona patient increased up to 595267 all over world

ଲସ ଏଞ୍ଜଲେସ୍, ମାର୍ଚ୍ଚ୨୮ : କରୋନା ଭାଇରସର ପ୍ରକୋପରେ ଶନିବାର ସକାଳ ସୁଦ୍ଧା ସମଗ୍ର ଦୁନିଆରେ ସଂକ୍ରମିତ ସଂଖ୍ୟା ୫,୯୫,୨୬୭କୁ ବୃଦ୍ଧ ଘଟିଛି । ଅଦ୍ୟାବଧି କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭,୩୬୫ରେ ପହଂଚିଛି । ଆଶ୍ୱସ୍ତିକର କଥା ଏହା ଯେ, ୧,୩୩,୩୬୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଏଥିରୁ ୧,୦୪,୨୦୫ ରୋଗୀ କେବଳ ଆମେରିକାରେ ସୁସ୍ଥ ହୋଇଛନ୍ତି ।

ଇଟାଲୀରେ ଗତ ୨୪ ଘଂଟାରେ କରୋନା ଭାଇରସରେ ସର୍ବାଧିକ ୯୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୟୁରୋପର ଅନ୍ୟ ଦେଶ ସ୍ପେନରେ ମଧ୍ୟ ୭୬୯ ଜଣଙ୍କ ମୃତ୍ୟୁ ଘଟିଛି । ସ୍ପେନରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହି ଦେଶରେ ୪୮୫୮ ଜଣଙ୍କ ମୃତ୍ୟୁ ପରେ ପ୍ରଶାସକ କରୋନା ସାମ୍ନାରେ ଆତ୍ମ ସମର୍ପଣ କରି ଦେଇଛି । ଜନ ହୋମ୍ପିକ୍ସ ମେଡିକାଲ ସେଂଟରର ରିପୋର୍ଟ ଅନୁଯାୟୀ ଇଟାଲୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୩୪କୁ ବୃଦ୍ଧି ଘଟିଛି ।

ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ କହିଛି ଯେ, ଏବଟ ଲାବୋଟୋରିଜ ଏବେ ନୂତନ ଟେଷ୍ଟିଙ୍ଗରେ ମାତ୍ର ପାଂଚ ମିନିଟରେ କରୋନା ଭାଇରସର ରିପୋର୍ଟ ଦେଇ ପାରିବ । ଏବଟ କମ୍ପାନୀ କହିଛି ଯେ, ରୋଗୀଙ୍କଠାରେ ଯଦି କରୋନା ଭାଇରସ ନେଗେଟିଭ୍ ଆସେ ତେବେ ମାତ୍ର ୧୩ ମିନିଟରେ ଏହାର ରିପୋର୍ଟ ମିଳି ପାରିବ । ଅନ୍ୟପଟେ ଆମେରିକାରେ ଡାକ୍ତରୀ ଉପକରଣର ଅଭାବ ପରିଲଖିତ ହୋଇଥିବା କୁହାଯାଉଛି ।

ଇଟାଲୀରେ ଶନିବାର ସକାଳ ସୁଦ୍ଧା ଗୋଟିଏ ଦିନରେ ୯୧୯ ଜଣଙ୍କ ମୃତ୍ୟୁ ଘଟିଛି, ଯାହା ଗତ ୨୪ ଘଂଟାରେ ଆଜି ପର୍ଯ୍ୟନ୍ତ ଦେଶରେ ଏତେ ପରିମାଣରେ ଲୋକଙ୍କ ମୃତ୍ୟୁ ଘଟିନଥିଲା । ଅଦ୍ୟାବଧି ଏକ ଲକ୍ଷ ୩୧ ହଜାର ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କରୋନାର ଭୟାବହତାର ଅନୁମାନ ଏଥିରୁ ଲଗାଇ ପାରିବେ ଯେ, ସ୍ପେନରେ ଆଠ ହଜାର ନୂତନ ମାମଲା ସାମ୍ନାକୁ ଆସିଛି । ଫଳରେ ଶନିବାର ସକାଳ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୬୫୭୦୦କୁ ବୃଦ୍ଧି ଘଟିଛି । ଏଥିରେ ପ୍ରାୟ ୧୦ ହଜାର ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି । ଚୀନରେ ଗତ ୨୪ ଘଂଟାରେ ମାତ୍ର ୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଚୀନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୩୯୪ ରହିଛି । ଏହି ଦେଶରେ ୩୨୯୫ ଜଣଙ୍କ ମତ୍ୟୃ କରୋନାରେ ଘଟିଛି ।